Prashant Kishore
ଅନେକ ଚର୍ଚ୍ଚା ଉପରେ ଲାଗିଲା ବିରାମ । କଂଗ୍ରେସରେ ଯୋଗ ଦେବେନି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କଂଗ୍ରେସରେ ଯୋଗଦେବେ ନାହିଁ ବୋଲି ସେ ସିଧା ସିଧା ମନା କରିଦେଇଛନ୍ତି । ଗତ କିଛି ଦିନ ହେବ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପ୍ରଶାନ୍ତଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା ।
ତେବେ ସବୁ କଳ୍ପନା ଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ, ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ସେ ସ୍ପଷ୍ଟ ଭାବେ କଂଗ୍ରେସରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି, ‘କଂଗ୍ରେସ ଦଳ ମୋ ଅପେକ୍ଷା ଭଲ ନେତୃତ୍ୱ ଆବଶ୍ୟକ କରୁଛି । ମିଳିତ ଇଚ୍ଛାଶକ୍ତି ଓ ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଆବଶ୍ୟକ କରୁଛି ଦଳ ।’ ସେ ଆହୁରି କହିଛନ୍ତି, କଂଗ୍ରେସରେ ସାମିଲ୍ ହେବା ନେଇ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧି ତାଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ସେ ଏହାକୁ ଗ୍ରହଣ କରିନାହାନ୍ତି ।
I declined the generous offer of #congress to join the party as part of the EAG & take responsibility for the elections.
In my humble opinion, more than me the party needs leadership and collective will to fix the deep rooted structural problems through transformational reforms.
— Prashant Kishor (@PrashantKishor) April 26, 2022
ପ୍ରଶାନ୍ତ କହିଛନ୍ତି ମୁଁ EAG ସହ ସାମିଲ ଅଛି । ମୋତେ ଅନେକ ନିର୍ବାଚନ ବେଳେ ବଡ଼ ଦୟିତ୍ୱ ତୁଲାଇବାକୁ ପଡ଼ୁଛି । ତେଣୁ ମୁଁ ସେଥିରେ ବ୍ୟସ୍ତ ରହିବି । କଂଗ୍ରେସରେ ଯୋଗଦେବାର ଏବେ କୌଣସି ଯୋଜନା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)