Advertisment

ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼। ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ।

author-image
Rajalaxmi Sahoo
Odisha Chhatra Congress Members Hurl Tomatoes Minister Arun Sahoo's Residence

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ଜାଲ ସାର୍ଟିଫିକେଟ୍ ‌ଆଡମିଶନ୍ ପ୍ରସଙ୍ଗରେ ଆଜି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ। ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡିକରୁ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ ପଡିବେ ବୋଲି ଅଭିଯୋଗ ହୋଇଛି। 

ଏହାଦ୍ୱାରା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେହି କୋର୍ସ ଗୁଡ଼ିକ ପାଇଁ ଅଧିକ ଫି’ ପାଇ ଲାଭବାନ ହେବେ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।  

Advertisment
Minister Arun Sahoo Odisha Chhatra Congress
Advertisment
Advertisment