/odishatv-khabar/media/post_attachments/uploadimage/library/16_9/16_9_0/Election_1713783219.jpg)
Election
ଟିକେଟ୍ କଟିବା ପରେ ଆଜି କିଛି ବିଜେଡି ବିଧାୟକ ଓ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟିକେଟ କଟିବା ପରେ ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟକ ସୁନନ୍ଦା ଦାସ । ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି ସେ କହିଛନ୍ତି । ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କରିଛନ୍ତି । ତାଙ୍କ କଥା ଜଗନ୍ନାଥ ବୁଝିବେ ବୋଲି କହିଛନ୍ତି ବରୀ ବିଧାୟିକା ।
ରିପୋର୍ଟ ମୋ ସପକ୍ଷରେ ଥିଲା, ଟିକେଟ କାଟିବାକୁ ବାରମ୍ବାର ରିପୋର୍ଟ ଦେଲେ । ମୁଖ୍ୟମନ୍ତ୍ରୀ ଯଦି ମୋ ରିପୋର୍ଟ ଦେଖିଥାନ୍ତେ, କେବେ ଟିକେଟ କଟିନଥାନ୍ତା । ମୋ ଟିକେଟ କାଟି ଜଣେ ଗୁଣ୍ଡା, ବଦମାସଙ୍କୁ ଟିକେଟ ଦିଆଯାଇଛି । ତାଙ୍କଠାରୁ କଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦେଇଛନ୍ତି ବୋଲି କହିଛନ୍ତି ସୁନନ୍ଦା ।
ଅଧିକ ପଢ଼ନ୍ତୁ: ଦଳୀୟ ହୋର୍ଡିଂରେ ନିଜ ଫଟୋ ଲଗାଇ ଫସିଲେ ସାର୍; ଚାକିରିରୁ ନିଲମ୍ୱିତ କଲେ DEO
ଟିକେଟ କଟାଯିବ ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି । ୫ ବର୍ଷ ନିଷ୍ଠାର ସହ କାମ କରିଚି କିନ୍ତୁ ଦଳ ମୋ ପ୍ରତି ବିଚାର କଲାନି ବୋଲି ଅତି କ୍ଷୋଭର ସହ କହିଛନ୍ତି ବରୀ ବିଧାୟିକା । ସେପଟେ ଟିକେଟ କଟିବା ପରେ ବିଜେଡି ଉପରେ ବର୍ଷିଛନ୍ତି ରଘୁନନ୍ଦନ ।
ଟିକେଟ କଟିବା ଏକ ଚକ୍ରାନ୍ତ ବୋଲି କହିଲେ ବିଧାୟକ ରଘୁନନ୍ଦନ ଦାସ । କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଟିକେଟ କଟିଥିବା କହିଲେ । ଅସୁସ୍ଥ ଥିବା ବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା । ସେଥିପାଇଁ ମୋତେ ଟିକେଟ ନଦେଇ ସାରଦା ଜେନାଙ୍କୁ ଦେଲେ । ମୁଁ ଅସୁସ୍ଥ ଥିବା ବେଳେ କୁଚକ୍ରୀ ଗୋଷ୍ଠୀ ଏମିତି ହାୱା ସୃଷ୍ଟି କରିଛନ୍ତି ।
ମୁଁ ତ ଏବେ ସୁସ୍ଥ, କିନ୍ତୁ ବହୁତ ଅସୁସ୍ଥ ଲୋକଙ୍କୁ ଦଳ ଟିକେଟ ଦେଇଛି । ଚ୍ୟାଉପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର ଟିକେଟ ପାଇଛନ୍ତି । ଜିଲ୍ଲାସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ ଟିକେଟ ମିଳିନି ବୋଲି କହିଛନ୍ତି ରଘୁନନ୍ଦନ । ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି । ମୋ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନି । ଏବେ ତ ଦଳ ସହ ଅଛି, ଆବଶ୍ୟକ ପଡ଼ିଲେ ସବୁକିଛି ତ୍ୟାଗ କରିବି ବୋଲି କହିଛନ୍ତି ରଘୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)