Advertisment

କିଏ ପିନ୍ଧିବ ରାଉରକେଲା ମୁକୁଟ ? ମୈଦାନରେ ଦୁଇ ପୁରୁଣାଙ୍କ ସହ ନୂଆ ଯୋଦ୍ଧା

୨୦୨୪ରେ ବଦଳିବ କି ରାଉରକେଲାରେ ରାଜନୈତିକ ରଙ୍ଗ ? ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ?

author-image
Swadesi Megha Mallhar Prusty
undefined

Rourkela Politics

ଇସ୍ପାତନଗରୀ ରାଉରକେଲା । ଏ ବିଧାନସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେପି- ବିଜେଡି ଓ କଂଗ୍ରେସର ଯୋଦ୍ଧା ମଇଦାନକୁ ଓହ୍ଲାଇ ସାରିଲେଣି । ବିଜେପି ପ୍ରାର୍ଥୀ ଦିଲିପ ରାୟ ହୁଅନ୍ତୁ କି ବିଜେଡି ପ୍ରାର୍ଥୀ ସାରଦା ନାୟକ, ଉଭୟେ ଏଠୁ ତିନି ଥର ଲେଖାଏଁ ଜିତି ସାରିଛନ୍ତି । ତେଣେ କଂଗ୍ରେସ ନୂଆ ଚେହେରା ଭାବେ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ଭରସା କରିଛି । ତେବେ ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର ।

Advertisment

୨୦୨୪ରେ ବଦଳିବ କି ରାଉରକେଲାରେ ରାଜନୈତିକ ରଙ୍ଗ ? ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ? ଷ୍ଟିଲ୍ ସିଟି ରାଉରକେଲା ବିଧାନସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧାଙ୍କ ଚେହେରା ସ୍ପଷ୍ଟ ହେବା ପରେ ଏବେ ୟାକୁ ନେଇ ଜୋରଦାର ଚର୍ଚ୍ଚା ।

ସେପଟେ ପ୍ରଚାର ମଇଦାନରେ ବି ପ୍ରାର୍ଥୀ ଦେଖାଇଲେଣି ଦମ୍ । ବିଜେପି ହେଭିୱେଟ୍ ଦିଲ୍ଲୀପ ରାୟ, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ବ୍ୟବସାୟୀ ଓ ଭାରତୀୟ ଜନତା ପାର୍ଟିର ଟାଣୁଆ ଚେହେରା । ସେ ତିନି ଥରର ବିଧାୟକ । ୨୦୧୪ରେ ବିଜେପି ଟିକେଟ୍ ରେ ଜିତିଥିଲେ, ହେଲେ ୨୦୧୯ରେ ଲଢ଼ି ନଥିଲେ । କିନ୍ତୁ କୋଇଲା ଦୁର୍ନୀତି ମାମଲାରୁ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏଥର ପୁଣି ତାଙ୍କୁ ରଣଭୂମିକୁ ଓହ୍ଲାଇଛି ବିଜେପି ।

Advertisment

ଟିକେଟ୍ ପାଇବା ପରଠୁ ସେ ବିଜେପି ନେତା ଓ କର୍ମୀଙ୍କୁ ନେଇ ଘନ ଘନ ରଣନୀତି ପ୍ରସ୍ତୁତି ସହ ଡୋର ଡୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ମୋଦି ଗ୍ୟାରେଣ୍ଟି, ବ୍ରାହ୍ମଣୀ ନଦୀରେ ନୂଆ ସେତୁ ଓ ତାଙ୍କ ଅମଳରେ ରାଉରକେଲା ସହରର ବିକାଶକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ସେପଟେ ବିଜେଡି ହେଭିୱେଟ୍ ମନ୍ତ୍ରୀ ଶାରଦା ନାୟକ ବି ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଚଳାଇଛନ୍ତି ଜୋରଦାର ଷ୍ଟ୍ରାଟେଜି ।

ମହାନଗର ନିଗମ ସହ ଆଖପାଖ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ସେ ପୁଣି ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି କହୁଛନ୍ତି । ତେଣେ ବିଜେପି- ବିଜେଡି ଉପରେ ରାଉରକେଲା ଭୋଟର ଖପ୍ପା ଥିବା ଓ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହି ଭୋଟ୍ ମାଗୁଛନ୍ତି ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ।

ରାଜଧାନୀ ଭୁବନେଶ୍ୱରଠୁ ୩୪୦ କିଲୋମିଟର ଦୂରରେ ଥିବା ରାଉରକେଲା ଏକ ଶିଳ୍ପ ପ୍ରଧାନ ନଗରୀ ଭାବେ ପରିଚିତ । ଚଣ୍ଡୀଗଡ଼ ପରେ ଦେଶର ଦ୍ୱିତୀୟ ସୁବ୍ୟବସ୍ଥିତ ନଗରୀ ଭାବେ ଜଣାଶୁଣା । ବୃହତ୍ ଇସ୍ପାତ କାରଖାନା ସହ NIT ଭଳି ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସହ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ବି ରହିଛି ଏ ସହରରେ ।

ହେଲେ ବି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ସହରବାସୀ । ଏମିତିକି ଗତ ଡିସେମ୍ବର ମାସରେ ସହରରେ ଦୂଷିତ ପାଣି କାରଣରୁ ଝାଡ଼ାବାନ୍ତି ବ୍ୟାପି ୧୩ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ଅଭିଯୋଗ ସହ ଶହ ଶହ ଲୋକ ଆକ୍ରାନ୍ତ ହେବା ଘଟଣା ମହାନଗର ନିଗମର ଢିଲା ପ୍ରଶାସନିକ ବ୍ୟବସ୍ଥାର ପୋଲ୍ ଖୋଲି ଦେଇଥିଲା ।

ତେଣୁ ଏଭଳି ସ୍ଥିତିରେ ଭୋଟର ଜଣେ ଦକ୍ଷ ପ୍ରାର୍ଥୀଙ୍କ ହାତରେ ପୁଣି ରାଉରକେଲାର ଭାଗ୍ୟ ସମର୍ପିବାକୁ ଚାହୁଁଥିବାବେଳେ ରାଜନୈତିକ ସମୀକ୍ଷକ କହିଲେଣି, ଏଥର ଲଢ଼େଇ ରୋଚକ ହେବ । ମେ ୨୦ରେ ରାଉରକେଲାରେ ଭୋଟ୍ । ଏଥର ମଇଦାନରେ ଥିବା ବିଜେପି- ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ପୁଣି କିଏ ଜିଣି ଚତୁର୍ଥ ଥର ପାଇଁ ବିଜୟ ଟୀକା ପିନ୍ଧୁଛନ୍ତି ନା ଭୋଟର କଂଗ୍ରେସର ନୂଆ ଚେହେରାଙ୍କୁ ବାଛୁଛନ୍ତି , ଏବେ ତା ଉପରେ ନଜର ।

Politics General Elections 2024 Election
Advertisment
Advertisment