ନିର୍ବାଚନୀ ମୈଦାନରେ କଂଗ୍ରେସର ନୂଆଯୋଦ୍ଧା । ପ୍ରଗମନ ଆପ୍ ଜରିଆରେ ଏଯାଏଁ ୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି ଦଳ। ଟିକଟ ବଣ୍ଟନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ଆରମ୍ଭ କରିଥିଲା ଅନଲାଇନ ଫଣ୍ଡା- ପ୍ରଗମନ ଆପ୍। ଯେଉଁଠି ତରୁଣ ଓ ଅଭିଜ୍ଞଙ୍କୁ ମିଶାଇ ଆବେଦନ କରିଥିଲେ ମୋଟ୍ ୩ ହଜାର ୭ଶହ ଆଶାୟୀ। କିନ୍ତୁ ଦଳ ଏଯାଏଁ ୧୩୬ଟି ବିଧାନସଭା ଏବଂ ୧୯ଟି ଲୋକସଭା ପାଇଁ ମୋଟ୍ ୧୫୫ ଜଣ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୧୦ ଲୋକସଭା ଏବଂ ୭୭ ବିଧାନସଭାରେ ପ୍ରାର୍ଥୀ ହେଉଛନ୍ତି ନୂଆ। କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।
Published By: Satyendu Shekher Mishra
Last updated: 21 April 2024, 09:50 PM IST
ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।