• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗୁଳୁଗୁଳିରେ ଜାରି ହେଉଛି ପୂରା ରାଜ୍ୟ । ପ୍ରବଳ ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଆସନ୍ତା ୨ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ହିଟୱେଭ୍ ନରହିଲେ ବି ଖରା ଓ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସମସ୍ତ ଉପକୂଳବର୍ତ୍ତୀ ଓ ଆଖପାଖ ଜିଲ୍ଲାରେ ଖରା ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଗ୍ରୀଷ୍ମ ପ୍ରବାହରେ ନିର୍ବାଚନ ପ୍ରଚାରକୁ ନେଇ ଏବେ ବଢ଼ିଛି ଚିନ୍ତା । ଭାରତୀୟ ପାଣିପାଗ ବିଭାଗ ସହ ନିର୍ବାନ କମିଶନ ପ୍ରତିଟି ସ୍ଥିତି ଉପରେ ନଜର ରଖିଛି । ଆଜି ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବିଭିନ୍ନ ରାଜ୍ୟର ପାଣିପାଗ ଓ ସ୍ଥିତି ସମ୍ପର୍କରେ IMD ସୂଚନା ଦେଉଛି ।

ଅଧିକ ପଢ଼ନ୍ତୁ: ଆକାଶରୁ ବର୍ଷୁଛି ନିଆଁ; ଆସନ୍ତା ଦୁଇଦିନ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ

ପର୍ଯ୍ୟାୟକ୍ରମେ ହେଉଥିବା ନିର୍ବାଚନ ଓ ଏ ସମ୍ପର୍କିତ ରାଜ୍ୟର ପାଣିପାଗ ସ୍ଥିତି ଅବଗତ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଏନେଇ ନିର୍ବାଚନ କମିଶନ ସହ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ୧୩ ମେ’ରୁ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଏହି ସମୟରେ ଖରା ଆହୁରି ଅଧିକ ହୋଇପାରେ ।

ସେପଟେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ୪୦ ଡିଗ୍ରା ପାର୍ କରିଛି ରାଜଧାନୀର ତାପମାତ୍ରା । ଭୁବନେଶ୍ୱରରେ ୪୩.୮ ତାପମାତ୍ରା ଛୁଇଁଥିବା ବେଳେ ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୪, କେନ୍ଦୁଝରରେ ୩୮, ଗୋପାଳପୁରରେ ୩୭, ସମ୍ବଲପୁରରେ ୩୬.୬ ଛୁଇଁଛି । ସେହିପରି ଝାରସୁଗୁଡାରେ ୩୬.୨, ପାରାଦ୍ୱୀପରେ ୩୫.୪, ପୁରୀରେ ୩୫, ହୀରାକୁଦରେ ୩୪.୮, ରାଉରକେଲାରେ ୩୪.୪ ରହିଛି ।

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଘଡ଼ଘଡ଼ି ସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା କମିବା ସହ ତାତିରୁ ମିଳିବ ଆଶ୍ୱସ୍ତି । ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ସମ୍ଭାବନା ରହିଛି ।

ଗତକାଲିଠାରୁ କାଳବୈଶାଖୀ ପ୍ରକ୍ରିୟା ପାଇଁ ଆଜି ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ବାୟୁ ଚଳାଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏହା ପ୍ରଭାବରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ସମ୍ଭାବନା ରହିଛି ।