Advertisment

ସମର୍ଥକଙ୍କୁ ସମ୍ବୋଧନ ବେଳେ ଭୋ ଭୋ ହୋଇ କାନ୍ଦିଲେ ଯୁବ ବିଜେଡି ନେତା

ଦଳ ପାଇଁ ବହୁତ କାମ କରିଥିଲେ, ଦଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD Leader

BJD Leader

ଟିକେଟ୍ ନମିଳିବାରୁ ଭୋ ଭୋ ହେଇ କାନ୍ଦିଲେ ବିଜେଡି ନେତା। ବାଲେଶ୍ୱର ରେମୁଣାରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଚନ୍ଦନ ମାଲିକ। ତେବେ ଏଠୁ ଦଳ ବିଦ୍ୟାସ୍ମିତା ମହାଳିକଙ୍କୁ ପ୍ରାର୍ଥୀ କରିବା ପରେ ଆଜି ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ସମର୍ଥକଙ୍କୁ ସମ୍ବୋଧନ କଲା ବେଳେ କାନ୍ଦି କାନ୍ଦି ନିଜ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଦଳ ପାଇଁ ବହୁତ କାମ କରିଥିଲେ, ଦଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପଟେ କାକଟପୁରରୁ ବିଧାନସଭାକୁ ଆସିବି। ବିପୁଳ ଭୋଟରେ ବିଜୟୀ ହେବି। ଅନ୍ୟ ଦଳ ନହେଲେ ସ୍ୱାଧୀନ ଭାବରେ ଲଢ଼ିବି। କାକଟପୁରରୁ ବିଜେଡି ଟିକେଟ ନମିଳିବା ପରେ ଏଭଳି ଦୃମ୍ଭୋକ୍ତି ଦେଖାଇଛନ୍ତି ପୂର୍ବତନ ବିଧାୟକ ତଥା ଆଶାୟୀ ପ୍ରାର୍ଥୀ ସୁରେନ୍ଦ୍ର ସେଠୀ । କହିଛନ୍ତି, ଚଳିତ ନିର୍ବାଚନରେ କାକଟପୁରରୁ ଠିଆ ହେବେ। ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ କହିଛନ୍ତି ସୁରେନ୍ଦ୍ର।

Advertisment

ଆଜି ପ୍ରାର୍ଥୀ ଘୋଷଣା ପରେ କାକଟପୁର ବିଜେଡିରେ ଅସନ୍ତୋଷ ତୀବ୍ର ହୋଇଛି। ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ଉପରେ ପ୍ରବଳ ବର୍ଷିବା ସହ ତାଙ୍କୁ ଜନ ବିରୋଧୀ ନେତା କହିଛନ୍ତି ସୁରେନ୍ଦ୍ର। ଏଥର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। ସୁରେନ୍ଦ୍ର ସେଠୀଙ୍କ ଅଭିଯୋଗ ଉପରେ ବିଜେଡି କିମ୍ବା ତୁଷାରକାନ୍ତି ବେହେରାଙ୍କ ପ୍ରତିକ୍ରିୟା ମିଳି ନାହିଁ।

ସେହିଭଳି ଟିକେଟ୍ କଟିବା ପରେ ଆଜି ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ । ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି ସେ କହିଛନ୍ତି । ‘ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କରିଛନ୍ତି । ତାଙ୍କ କଥା ଜଗନ୍ନାଥ ବୁଝିବେ ବୋଲି କହିଛନ୍ତି ବରୀ ବିଧାୟିକା । ରିପୋର୍ଟ ମୋ ସପକ୍ଷରେ ଥିଲା, ଟିକେଟ କାଟିବାକୁ ବାରମ୍ବାର ରିପୋର୍ଟ ଦେଲେ । ମୁଖ୍ୟମନ୍ତ୍ରୀ ଯଦି ମୋ ରିପୋର୍ଟ ଦେଖିଥାନ୍ତେ, କେବେ ଟିକେଟ କଟିନଥାନ୍ତା । ମୋ ଟିକେଟ କାଟି ଜଣେ ଗୁଣ୍ଡା, ବଦମାସଙ୍କୁ ଟିକେଟ ଦିଆଯାଇଛି । ତାଙ୍କଠାରୁ କଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦେଇଛନ୍ତି’ ବୋଲି କହିଛନ୍ତି ସୁନନ୍ଦା ।

ଟିକେଟ କଟାଯିବ ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି । ୫ ବର୍ଷ ନିଷ୍ଠାର ସହ କାମ କରିଛି କିନ୍ତୁ ଦଳ ମୋ ପ୍ରତି ବିଚାର କଲାନି ବୋଲି ଅତି କ୍ଷୋଭର ସହ କହିଛନ୍ତି ବରୀ ବିଧାୟିକା ।

ସେପଟେ ଟିକେଟ କଟିବା ପରେ ବିଜେଡି ଉପରେ ବର୍ଷିଛନ୍ତି ରଘୁନନ୍ଦନ । ଟିକେଟ କଟିବା ଏକ ଚକ୍ରାନ୍ତ ବୋଲି କହିଲେ ବିଧାୟକ ରଘୁନନ୍ଦନ ଦାସ । କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଟିକେଟ କଟିଥିବା କହିଲେ । ଅସୁସ୍ଥ ଥିବା ବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା । ସେଥିପାଇଁ ମୋତେ ଟିକେଟ ନଦେଇ ସାରଦା ଜେନାଙ୍କୁ ଦେଲେ । ମୁଁ ଅସୁସ୍ଥ ଥିବା ବେଳେ କୁଚକ୍ରୀ ଗୋଷ୍ଠୀ ଏମିତି ହାୱା ସୃଷ୍ଟି କରିଛନ୍ତି ।

ମୁଁ ତ ଏବେ ସୁସ୍ଥ, କିନ୍ତୁ ବହୁତ ଅସୁସ୍ଥ ଲୋକଙ୍କୁ ଦଳ ଟିକେଟ ଦେଇଛି । ଚ୍ୟାଉପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର ଟିକେଟ ପାଇଛନ୍ତି । ଜିଲ୍ଲାସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ ଟିକେଟ ମିଳିନି ବୋଲି କହିଛନ୍ତି ରଘୁନନ୍ଦନ । ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି । ମୋ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନି । ଏବେ ତ ଦଳ ସହ ଅଛି, ଆବଶ୍ୟକ ପଡ଼ିଲେ ସବୁକିଛି ତ୍ୟାଗ କରିବି ବୋଲି କହିଛନ୍ତି ରଘୁ ।

BJD BJP Congress Odisha Politics General Election 2024
Advertisment
Advertisment