• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Congress Ticket
କଂଗ୍ରେସ ଟିକେଟ୍‌ ଫେରାଇଲେ ଆଠଗଡ଼ ବିଧାନସଭା ପ୍ରାର୍ଥୀ

କଟକ ଲୋକସଭା ଆସନରେ କଂଗ୍ରେସ ବିଭୁତି ମିଶ୍ରଙ୍କୁ ପ୍ରାର୍ଥୀ ନକରିବାରୁ ଖପ୍ପା ହୋଇଥିଲେ ମେହବୁବ। ବିଭୁତି ମିଶ୍ରଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ।

Soumya Ranjan Patnaik
ଘସିପୁରାରୁ ନିର୍ବାଚନ ଲଢ଼ିବେ କି ସୌମ୍ୟ ? କହିଲେ, ମୋତେ ବିଜେପି ତରଫରୁ ମିଳିଛି ପ୍ରସ୍ତାବ

ସୌମ୍ୟ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି।

Bolangir LS
କାହାର ହେବ ବଲାଙ୍ଗିର? ସଙ୍ଗୀତା, ସୁରେନ୍ଦ୍ର ଓ ମନୋଜଙ୍କ ମଧ୍ୟରୁ ଆଗରେ କିଏ ?

ବଲାଙ୍ଗିର ଲୋକସଭା.. ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ । ସୁବର୍ଣ୍ଣପୁର ଜିଲ୍ଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜିକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।

Naveen Patnaik
ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ

ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ ।

Odisha CM
ଆଜି ନବୀନଙ୍କ ନାମାଙ୍କନ, ହିଞ୍ଜିଳି ବିଧାନସଭା ଆସନରୁ ଦାଖଲ କରିବେ ପ୍ରାର୍ଥିପତ୍ର

ଆଜି ନାମାଙ୍କନ ଭରିବେ ନବୀନ । ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ ।

Narendra Modi
ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ। ଏପରିକି ପୂରା ଓଡ଼ିଆ ଆଜି ଅସ୍ମିତା ଖତମ ହେବାକୁ ବସିଛି

୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଉତ୍କଳ ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ନିର୍ବାଚନରେ ଭାଷା, ସାହିତ୍ୟ, ସଂସ୍କୃତି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି ।

Odisha Politics
ନିଜ ପୁରୁଣା ଗଡ଼ ଦକ୍ଷିଣ ଓଡିଶାକୁ ଦଖଲ ପାଇଁ କଂଗ୍ରେସ କରୁଛି କି ରଣନୀତି ?

ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବ, ତେଣୁ ଦକ୍ଷିଣର ଏ ୪ ଆସନ ସହ ପଶ୍ଚିମ ଓଡ଼ିଶାକୁ ମିଶାଇ ୪୦ରୁ ଅଧିକ ସିଟ୍ ହାତେଇବା ଲକ୍ଷ୍ୟରେ ରହିଛି ହାତ ଦଳ।

Election Nomination
ନୋମିନେସନ୍.. ନାରାବାଜି.. ଶକ୍ତିପ୍ରଦର୍ଶନ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା

ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପ୍ରାର୍ଥିପତ୍ର ଦାଖଲ ପାଇଁ ସମର୍ଥକଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ, ଉପୁଜିଥିଲା ଗରମାଗରମ ପରିସ୍ଥିତି। ଶେଷରେ ପୁରୀ ଏସପିଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

Candidates Name
ଓଃ...ବଡ଼ କନଫ୍ୟୁଜନ୍ !!! ବଡ଼ ବିଷମ ସ୍ଥିତିରେ ବିଷମକଟକ ଭୋଟର୍ !

ଭୋଟରଙ୍କୁ ନିଜ ପସନ୍ଦର ନେତା ବାଛିବାକୁ ତାଙ୍କ ସାଙ୍ଗିଆ ଓ ଚିହ୍ନ ବି ଘୋଷିବାକୁ ପଡ଼ୁଛି। ବୁଥରେ ଇଭିଏମ୍ ସ୍ୱିଚ ଚିପିଲା ବେଳେ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱଳ୍ପ ପାଠୁଆ ଗାଉଁଲି ଲୋକେ।

Odisha Politics
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜୟ ଧ୍ୱଜା ଉଡ଼ାଇବାକୁ କଂଗ୍ରେସର ବଡ଼ ପ୍ଲାନ

ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବ କି ରାହୁଲଙ୍କ ସାଲେପୁର ସମାବେଶ ? ଆଗକୁ ପ୍ରଚାରରେ ଆସିବେ ରାହୁଲଙ୍କ ସହ ପ୍ରିୟଙ୍କା, ଖାଡଗେ ଓ ରେବନ୍ତ ରେଡ୍ଡୀ ।

Narendra Modi
ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ ।

Candidates Name
ବିଷମ କଟକରେ ଭୋଟର ବାଉଳା ! ସମାନ ନାଁ ଅଲଗା ଦଳ, ମୁହଁ ଚିହ୍ନିବାରେ କନଫ୍ୟୁଜନ୍

ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ।

Election Nomination
ନାମାଙ୍କନ ବେଳେ ବି ନାରାବାଜି ! ବିଜେପି କହିଲା ମୋଦି ମୋଦି, ବିଜେଡି କହିଲା ନବୀନ

ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା।

BJP-BJD
BJP-BJDର ହୋହଲ୍ଲା, ସମର୍ଥକଙ୍କ ଗର୍ଜନରେ ଥରିଲା ଜିଲ୍ଲାପାଳ ଅପିସ୍

ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।

Congress
କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଲେ ସୁଦର୍ଶନ ଦାସ

ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ l ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ l ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ ।

Golak Mahapatra
୨୫ ବର୍ଷ ହେଲା କ୍ଷମତାରେ, ହେଲେ ରାଜ୍ୟବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ

ପାନୀୟ ଜଳ ଯୋଗାଣର କିଛି ଅବ୍ୟବସ୍ଥିତ ଢ଼ାଞ୍ଚା ଆମ ସାମ୍ନାକୁ ଆସିଛି । ବସୁଧା ଯୋଜନା କେବଳ ସ୍କୁଲ କାନ୍ଥରେ ସୀମିତ। କାମ କରୁନି ପାଣିଟାଙ୍କି । ଶୁଖିଲା ପଡିଛି କୂଅ । ଆଉ ନଳକୂଅ ଖାଲି ନାମକୁ ମାତ୍ର । ଖରାକୁ ବଳି ଯାଉଛି ସବୁଦିନିଆ ପାଣି ଯୋଗାଡ ।

BJP
କମ୍ପୁଛି ରାସ୍ତାଘାଟ; ନାମାଙ୍କନ ଭରୁଛନ୍ତି ବିଜେପିର ହେଭିୱେଟ୍ ନେତା

ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ।

Odisha Politics
କିଏ ଜିତିବ ୨୦୨୪ ବାଜି ? କାହାର ହେବ କୋରାପୁଟ ଲୋକସଭା ଆସନ ?

କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା ଆସନ ଗୁଣୁପୁର, ବିଷମ କଟକ ଓ ରାୟଗଡ଼ା ଭଳି ୭ଟି ବିଧାନସଭା ଆସନକୁ ନେଇ ଗଠିତ କୋରାପୁଟ ସଂସଦୀୟ କ୍ଷେତ୍ର ।

Sambit Patra
ନାମାଙ୍କନ ଦାଖଲ କଲେ ହେଭିୱେଟ୍; ପୁରୀରୁ ସମ୍ବିତ, ରାଉରକେଲାରୁ ଦିଲ୍ଲୀପଙ୍କ ପ୍ରାର୍ଥୀପତ୍ର ଦାଖଲ

ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।

Two teachers suspend
ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ, ବିଜେଡି ସଭାରେ ହୋଇଥିଲେ ସାମିଲ

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ଭତ୍ରା ।

Odisha Politics
ବଦଳିଛି ପ୍ରଚାର ଫଣ୍ଡା, ନିର୍ବାଚନୀ ମୈଦାନରେ ଦଳୀୟ ବାର୍ତ୍ତାକୁ ନେଇ ରିଲ୍ସ

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା ।

3rd Phase voting
ମେ’ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।

Congress
ଆସିଲା କଂଗ୍ରେସର ନୂଆ ପ୍ରାର୍ଥୀ ତାଲିକା

ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

PM Modi
‘ସଙ୍କଟରେ ଓଡ଼ିଆ ଅସ୍ମିତା ଏବଂ ଭାଷା’

‘ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍‌ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।’

Rahul Gandhi
ସାଲେପୁର ନ୍ୟାୟ ସମାବେଶରୁ ରାହୁଲଙ୍କ ନିଶାନା

ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି।