Advertisment

ଓଃ...ବଡ଼ କନଫ୍ୟୁଜନ୍ !!! ବଡ଼ ବିଷମ ସ୍ଥିତିରେ ବିଷମକଟକ ଭୋଟର୍ !

ଭୋଟରଙ୍କୁ ନିଜ ପସନ୍ଦର ନେତା ବାଛିବାକୁ ତାଙ୍କ ସାଙ୍ଗିଆ ଓ ଚିହ୍ନ ବି ଘୋଷିବାକୁ ପଡ଼ୁଛି। ବୁଥରେ ଇଭିଏମ୍ ସ୍ୱିଚ ଚିପିଲା ବେଳେ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱଳ୍ପ ପାଠୁଆ ଗାଉଁଲି ଲୋକେ।

author-image
Satyendu Shekher Mishra

ଓଃ...ବଡ଼ କନଫ୍ୟୁଜନ୍ !!! ବଡ଼ ବିଷମ ସ୍ଥିତିରେ ବିଷମକଟକ ଭୋଟର୍ ! ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ। ଚର୍ଚ୍ଚା ହେଉଛି, ଏହାକୁ ନେଇ ଚିନ୍ତାରେ ନେତା, ଦ୍ୱନ୍ଦ୍ୱରେ ଜନତା।

Advertisment

କାରଣ ଭୋଟର ଯଦି ପ୍ରାର୍ଥୀଙ୍କର କେବଳ ନାଁ ମନେରଖନ୍ତି, ତେବେ ଜଣଙ୍କ ଭୋଟ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାଲିଯିବାର ଆଶଙ୍କା ରହିଛି। ଖାଲି ଜଗନ୍ନାଥ ଭାଇ କି ନୀଳମାଧବ ବାବୁ ମନେ ରଖିଲେ ହେବନି। ଭୋଟରଙ୍କୁ ନିଜ ପସନ୍ଦର ନେତା ବାଛିବାକୁ ତାଙ୍କ ସାଙ୍ଗିଆ ଓ ଚିହ୍ନ ବି ଘୋଷିବାକୁ ପଡ଼ୁଛି। ବୁଥରେ ଇଭିଏମ୍ ସ୍ୱିଚ ଚିପିଲା ବେଳେ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱଳ୍ପ ପାଠୁଆ ଗାଉଁଲି ଲୋକେ।

BJD BJP Congress Odisha Politics General Election 2024
Advertisment
Advertisment