• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । କାକଟପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍‌ ନ ପାଇବାରୁ ଅସନ୍ତୁଷ୍ଟ ଥିଲେ ସୁରେନ୍ଦ୍ର । ଯାହାଫଳରେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ।

ସୂଚନା ଅନୁସାରେ ୨୦୧୪-୨୦୧୯ ପର୍ଯ୍ୟନ୍ତ କାକଟପୁର ବିଧାୟକ ରହିଥିଲେ ସୁରେନ୍ଦ୍ର ସେଠୀ । କିନ୍ତୁ ୨୦୧୯ରେ ତାଙ୍କ ଟିକେଟ୍ କାଟି ବିଜେପିରୁ ଆସିଥିବା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ୨୦୧୯ ନିର୍ବାଚନରେ ଟିକେଟ୍‌ କଟିଥିଲେ ମଧ୍ୟ ସେ ଦଳକୁ ସମର୍ଥନ ଦେଇଥିଲେ। ଆଉ ଚଳିତ ନିର୍ବାଚନରେ ସେ ପୁଣିଥରେ କାକଟପୁର ଆସନରୁ ଟିକେଟ୍‌ ପାଇଁ ଲବିରେ ଥିଲେ । ହେଲେ ୨୦୧୯ ପରି ୨୦୨୪ରେ ମଧ୍ୟ ସେ ଦଳରୁ ନିରାଶ ହେଇଥିଲେ । ୨୦୨୪ରେ ପୁଣିଥରେ କାକଟପୁରରୁ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଆଉ ଏହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି ।

ବିଜେଡି ଟିକେଟ୍ ନ ମିଳିବା ପରେ ସମର୍ଥକଙ୍କ ଶପଥ ପାଠ କରିଥିଲେ । କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ଜିତାଇବା ପାଇଁ ଶପଥ ନେଇଥିଲେ ଶତାଧିକ କର୍ମୀ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏକ ସଭାରେ ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକର ୪୦ରୁ ଅଧିକ ସରପଞ୍ଚ ସମିତି ସଭ୍ୟ ତା ସହ କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକର ଅଧ୍ୟକ୍ଷ ଏକାଠି ହୋଇଥିଲେ । ସମସ୍ତେ ଏକସ୍ୱରରେ ସୁରେନ୍ଦ୍ରଙ୍କ ପଛରେ ରହିବେ ବୋଲି ଶପଥ କରିଥିଲେ। ଏଥର ସୁରେନ୍ଦ୍ରଙ୍କୁ ଜିତାଇ ବିଧାନସଭା ପଠାଇବାକୁ ପଣ କରିଥିଲେ ସେମାନେ।