ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ ବୋଲି କହିଥିଲେ ନଡ୍ଡା ।
ନଡ୍ଡା ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।
ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ହୋଇଥିଲା । ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବା ଏହାକୁ ବିରୋଧ କରି ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା ।
ହରଡ଼ଘଣାରେ ପଡ଼ିଛନ୍ତି ବିଜେଡି ନେତା । ପ୍ରଚାର ବେଳେ ଘେରୁଛନ୍ତି ଜନତା । ପଚାରୁଛନ୍ତି କାହିଁକି ପୂରଣ କଲେନି ପ୍ରତିଶ୍ରୁତି?
ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି ୩୧ଶହ ଟଙ୍କାରେ ଧାନ କିଣାଯିବ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହାଇଦ୍ରାବାଦର ନାରଖୁଡ଼ା ଅଞ୍ଚଳର ଏକ ଭିଡିଓରୁ ଏଭଳି ଆଶଙ୍କା କରାଯାଉଛି ।
ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଲେ ନଡ୍ଡା ।
‘ଦମ୍ ଅଛି ତ ଅଧିକ ଅଢ଼େଇ କେଜି ମିଶାଇ ଲୋକଙ୍କୁ ଦିଅ’ । ‘ଜୁନ୍ ୪ରେ ନବୀନଙ୍କୁ ବାଏ ବାଏ କହିବେ ଓଡ଼ିଶା ଭୋଟର’ ।
ମତଦାନ ପାଇଁ ଭିଟାମାଟିକୁ ଫେରିପାରୁ ନାହାନ୍ତି ଦାଦନ ଶ୍ରମିକ । ନବୀନଙ୍କ ନିର୍ବାଚନମଣ୍ଡଳୀ କଣ୍ଟାବାଞ୍ଜିରେ ୫ଦିନ ପରେ ଭୋଟ୍ ।
ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ବିରୋଧୀ ନୁହେଁ ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର ।
ସୁଭଦ୍ରା ଯୋଜନା ସମ୍ବନ୍ଧରେ ବୈଠକ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତାକାଲି ରାଜଧାନୀରେ ରୋଡ୍ ସୋ’ କରିବେ ନଡ୍ଡା ।
ବିଜେପିର ଓଡ଼ିଶାରେ ନେତୃତ୍ୱର ଅଭାବ ନାହିଁ । ANIକୁ ସାକ୍ଷାତକାର ଅବସରରେ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି । ଆମ ପାଖରେ ଓଡ଼ିଶା ପାଇଁ ନେତୃତ୍ୱ ସଂକଟ ନାହିଁ ବୋଲି କହିଛନ୍ତି ଶାହ ।
ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର ।
ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ କଟକରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ।
ନବୀନ ସରକାର ଏଠି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ।
ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ।
ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି ଦୋହରାଇଛନ୍ତି ଅମିତ୍ ଶାହ ।
ରାଉରକେଲା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ରାଜ୍ୟ ସରକାରଙ୍କ ପଲିସି ଠିକ୍ କି ନାହିଁ ତାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି ।
ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ।
ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ସେ ଆସିବେ। ରାଜ୍ୟର ୩ଟି ସ୍ଥାନରେ ପ୍ରଚାର କରିବେ ।
ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ।
ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ।
କେମିତି ଥିଲା ଭାରତର ପ୍ରଥମ ସାଧାରଣ ନିର୍ବାଚନ? ଭୋଟରମାନେ କିଭଳି ମତସାବ୍ୟସ୍ତ କାରିଥିଲେ ? ଆପଣ ଜାଣିଛନ୍ତି କି ? ଭାରତର କିଛି ଗାଁ ପାକିସ୍ତାନକୁ ଚାଲିଯାଇଥିଲା। ଏମିତି ଆହୁରି ଅନେକ କିଛି ଘଟିଥିଲା ଆମ ଭାରତର ଇତିହାସରେ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ଲୋକ ଭୋଟ୍ ଦେଇଥିବା ବେଳେ ବ୍ରହ୍ମପୁରରେରେ ସର୍ବନିମ୍ନ ମତଦାନ ହୋଇଛି।