Advertisment

ନଡ୍ଡାଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନ; ରାଜଧାନୀରେ କରିବେ ରୋଡ୍ ସୋ’

ନଡ୍ଡା ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
JP Nadda Road Show In Odisha Bhubaneswar

Roadshow

ଓଡ଼ିଶା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆଜି ରାଜଧାନୀରେ ସେ ରୋଡ୍ ସୋ’ କରିବେ | କିଛି ସମୟ ପରେ ନଡ୍ଡା ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

Advertisment

ଗତ ରାତିରେ ରାଜଧାନୀର ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ। ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଏହି ଅବସରରେ କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ କହିଲେ ନଡ୍ଡା । 'ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି।

ଅଧିକ ପଢ଼ନ୍ତୁ: ସୋରଡ଼ାରେ ଶାହଙ୍କ ହୁଙ୍କାର ! ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

Advertisment

ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଲେ ନଡ୍ଡା ।

ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଲେଶ୍ୱରରେ ବିଜେପି କର୍ମକର୍ତ୍ତା ବୈଠକରେ ଯୋଗଦେବା ସହିତ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ବିଜେପି ସରକାର ଆସୁ ବୋଲି ବାଲେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓମ୍ ବିର୍ଲା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି । ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ବୋଲି କହିଛନ୍ତି ବିର୍ଲା ।

ଅଧିକ ପଢ଼ନ୍ତୁ: ‘ଦିନକୁ ୫୪ ପଇସା ଦେଇ ୫ ବର୍ଷ ଛଡ଼ାଇ ନେବାକୁ ଚାହୁଁଛି BJD’

BJP JP Nadda General Election 2024
Advertisment
Advertisment