• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ରୋଡ୍‌ ସୋ । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ । ଏହି ରୋଡ୍‌ ସୋ’ ସରିବା ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ନଡ୍ଡା । ଗତକାଲି ସନ୍ଧ୍ୟାରେ ସେ ଓଡ଼ିଶାରେ ପହଞ୍ଚିଥିଲେ । ତାପରେ ମହିଳାମୋର୍ଚ୍ଚା ସହ ବୈଠକ କରିଥିଲେ । ସେଠାରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ କହିଥିଲେ ନଡ୍ଡା । 'ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଥିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଥିଲେ ନଡ୍ଡା।

ଅଧିକ ପଢ଼ନ୍ତୁ: ସୋରଡ଼ାରେ ଶାହଙ୍କ ହୁଙ୍କାର ! ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

ତେବେ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଗସ୍ତ ରହିଛି । ଓଡ଼ିଶା ପ୍ରତି ଫୋକସ୍‌ କରିଛି ବିଜେପି । ପୂର୍ବରୁ ମୋଦି-ଶାହ ମଧ୍ୟ ବାରମ୍ବାର ଓଡ଼ିଶା ଆସି ସାରିଲେଣି । ଆଗକୁ ଆହୁରି ମଧ୍ୟ ଓଡ଼ିଶା ଆସିବେ । ରୋଡ୍‌ ସୋ’ କରିବେ । ବିଶାଳ ଜନସଭାକୁ ସମ୍ବୋଧନ ବି କରିବେ । 

ଅନ୍ୟପଟେ ଗତକାଲି ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ବାଲେଶ୍ୱରରେ ବିଜେପି କର୍ମକର୍ତ୍ତା ବୈଠକରେ ସେ ଯୋଗଦେବା ସହିତ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ବିଜେପି ସରକାର ଆସୁ ବୋଲି ବାଲେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଓମ୍ ବିର୍ଲା ।

ଗତକାଲି କଟକରେ ଅମିତ ଶାହଙ୍କ ରୋଡ୍‌ ସୋ ଥିଲା । ରୋଡ୍‌ ସୋ ପରେ ବିଜେପି କର୍ମୀଙ୍କ ମଧ୍ୟରେ ସତେ ଯେମିତି ଜୋଶ ଭରିଯାଇଛି । ଏହି ରୋଡ୍‌ ସୋ ବେଳେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଶାହ । ଓଟିଭିକୁ ଏକ୍ସକ୍ଲୁସିଭ୍‌ ସାକ୍ଷାତକାର ଅବସରରେ ଶାହ କହିଛନ୍ତି ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର । ୧ ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ।

ଏହା ସହ ଚିଟ୍‌ଫଣ୍ଡ ଦୁର୍ନୀତି ତଦନ୍ତ ହେବ, ଦୋଷୀ ନିଶ୍ଚିତ ଜେଲ୍‌ ଯିବେ କହିଲେ । ଚିଟ୍‌ଫଣ୍ଡ ତଦନ୍ତରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ଆମେ ଘୋଷଣା କରୁଛୁ, ସରକାରକୁ ଆସିଲେ ଟଙ୍କା ଫେରସ୍ତ ହେବ । ଦେଢ଼ ବର୍ଷ ଭିତରେ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ଶାହ । ଟଙ୍କା ଫେରସ୍ତ ସହ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ ମଧ୍ୟ କରାଯିବ ।

ଅଧିକ ପଢ଼ନ୍ତୁ: ‘ଦିନକୁ ୫୪ ପଇସା ଦେଇ ୫ ବର୍ଷ ଛଡ଼ାଇ ନେବାକୁ ଚାହୁଁଛି BJD’

OTV is now on Whatsapp

Join and get latest news update delivered to you via whatsapp

Join Now