Advertisment

‘ବିଜେଡି ଜିତିଲେ ନବୀନ ହେବେନି ମୁଖ୍ୟମନ୍ତ୍ରୀ, ପାଣ୍ଡୁଜୀ ହେବେ’

ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି । ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି କହିଛନ୍ତି ଅପରାଜିତା। ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
It is not Biju Janata Dal, but Pandu Janata Dal: Aparajita sarangi

Aparajita Sarangi

ବିଜେଡି ଜିତିଲେ ନବୀନ ହେବେନି ମୁଖ୍ୟମନ୍ତ୍ରୀ। କ୍ଷମତା ଚାଲିଯିବ ପାଣ୍ଡିଆନଙ୍କ ହାତକୁ । ପାଣ୍ଡିଆନଙ୍କୁ ପାଣ୍ଡୁଜୀ ବୋଲି ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ ସାବଧାନ ରହିବାକୁ ଆହ୍ୱାନ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ଏହା ବିଜୁ ଜନତା ଦଳ ନୁହେଁ, ପାଣ୍ଡୁ ଜନତା ଦଳ ବୋଲି କହିଛନ୍ତି ଅପରାଜିତା।

Advertisment

ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି । ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି କହିଛନ୍ତି ଅପରାଜିତା। ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତେବେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରୋଡ୍‌ ସୋ’ କରିଥିଲେ ଅପରାଜିତା । ମାଉସୀ ମା’ ଛକଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ସୋ କରିଥିଲେ । ଏହି ସମୟରେ ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ନଡ୍ଡା କହିଛନ୍ତି, ଆଉ କିଛି ଦିନର କଥା। ପରେ ସରକାରୀ ବାବୁଙ୍କ ସବୁ ହିସାବ କିତାବ ନିଆଯିବ। 

Advertisment

ଅଧିକ ପଢ଼ନ୍ତୁ: ‘ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି, ଓଡ଼ିଆ CM ଲୋଡ଼ା କରୁଛନ୍ତି’

ବିଜେଡି ହାତରୁ ଗାଡ଼ି ପଳାଇଛି, ବିଜେଡି ବସ୍‌ ମିସ୍‌ କରିଛି । ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ସକ୍ରିୟ, ସୁସ୍ଥ, ଅସ୍ମିତା ଓ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଲୋକେ । ନିର୍ବାଚନରେ ହିଂସା ହେବାକଥା ନୁହେଁ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତଦାନ ହେଉ । ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଏହି ରୋଡ୍‌ ସୋ’ରେ ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ । ଏହି ରୋଡ୍‌ ସୋ’ ସରିବା ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ନଡ୍ଡା । ଗତକାଲି ସନ୍ଧ୍ୟାରେ ସେ ଓଡ଼ିଶାରେ ପହଞ୍ଚିଥିଲେ । ତାପରେ ମହିଳାମୋର୍ଚ୍ଚା ସହ ବୈଠକ କରିଥିଲେ । ସେଠାରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

BJD BJP Congress Odisha Politics General Election 2024
Advertisment
Advertisment