• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେପିର ଓଡ଼ିଶାରେ ନେତୃତ୍ୱର ଅଭାବ ନାହିଁ । ANIକୁ ସାକ୍ଷାତକାର ଅବସରରେ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି । ଆମ ପାଖରେ ଓଡ଼ିଶା ପାଇଁ ନେତୃତ୍ୱ ସଂକଟ ନାହିଁ ବୋଲି କହିଛନ୍ତି ଶାହ । ଓଡ଼ିଶାରେ ବିକାଶ ହୋଇନି, ଏହାକୁ ନବୀନଙ୍କୁ ସ୍ୱୀକାର କରିବାକୁ ପଡ଼ିବ । ସ୍ଥିର ସରକାର ଥିବା ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିକାଶ ହୋଇନି । ସ୍ଥିର ସରକାର ସତ୍ତ୍ୱେ ବିକାଶ ହୋଇନଥିବାରୁ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ଶାହ ।

ଓଡ଼ିଶା ପାଇଁ ଆମ ପାଖରେ ଭଲ ଓ ଦକ୍ଷ ନେତୃତ୍ୱ ରହିଛନ୍ତି । ଆମ ପାଖରେ ଅନେକ ସକ୍ଷମ ଓ ଅନୁଭବୀ ଲୋକ ଅଛନ୍ତି । ତାଙ୍କ ପାର୍ଟିରୁ ବି ଅନେକ ଦକ୍ଷ ନେତା ଆମ ଦଳକୁ ଆସିଛନ୍ତି । ତେଣୁ ଓଡ଼ିଶା ବିଜେପି ପାଇଁ ନେତୃତ୍ୱ ସଂକଟ ନାହିଁ ବୋଲି କହିଛନ୍ତି ଶାହ । ସେହିପରି କଟକ ରୋଡ୍‌ ସୋ’ରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଅମିତ୍ ଶାହ । ଓଟିଭିକୁ ଏକ୍ସକ୍ଲୁସିଭ୍‌ ସାକ୍ଷାତକାର ଅବସରରେ ଶାହଙ୍କ ମନ୍ତବ୍ୟ ।

ଅଧିକ ପଢ଼ନ୍ତୁ: ‘BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ’

ଶ୍ରୀମନ୍ଦିର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଅମିତ୍ ଶାହ । ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର । ୧ ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ।

ଏହା ସହ ଚିଟ୍‌ଫଣ୍ଡ ଦୁର୍ନୀତି ତଦନ୍ତ ହେବ, ଦୋଷୀ ନିଶ୍ଚିତ ଜେଲ୍‌ ଯିବେ କହିଲେ । ଚିଟ୍‌ଫଣ୍ଡ ତଦନ୍ତରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ଆମେ ଘୋଷଣା କରୁଛୁ, ସରକାରକୁ ଆସିଲେ ଟଙ୍କା ଫେରସ୍ତ ହେବ । ଦେଢ଼ ବର୍ଷ ଭିତରେ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ଶାହ । ଟଙ୍କା ଫେରସ୍ତ ସହ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ ମଧ୍ୟ କରାଯିବ ।

ଓଟିଭିକୁ ସାକ୍ଷାତକାର ଦେଇ ଅମିତ୍ ଶାହ କହିଛନ୍ତି, ଏଥିରେ ଯେଉଁମାନେ ବି ସଂପୃକ୍ତ ଥିବେ, ଜେଲ୍‌ ଯିବେ । ଓଡ଼ିଶାରେ ନିଶ୍ଚିତ ବିଜେପି ସରକାର ହେବ । ନିଶ୍ଚିତ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଲେ ଶାହ । ଏହା ସହ ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ଶାସନ ଚାଲିଛି ବୋଲି କହିଛନ୍ତି । ଓଡ଼ିଶାରେ ଏବେ ଓଡ଼ିଆ ଅସ୍ମିତା, ଓଡ଼ିଆ ସମ୍ମାନ ମୁଦ୍ଦା ହୋଇଛି ।

ନବୀନଙ୍କ ପଛରେ ବାହାର ରାଜ୍ୟର ଅଫିସର ଶାସନ ଚଳାଉଛନ୍ତି । ଅଣଓଡ଼ିଆ ଅଫିସର ଶାସନ କରିବା ଓଡ଼ିଶା ଲୋକଙ୍କୁ କଷ୍ଟ ଦେଉଛି । ରାମ ଉତ୍ସବକୁ ରୋକିବା ପ୍ରୟାସ ଲୋକଙ୍କ ଭିତରେ ଆକ୍ରୋଶ ଭରିଛି ବୋଲି କହିଛନ୍ତି ଶାହ । କଟକର ଗୋପବନ୍ଧୁ ଛକରୁ ଆରମ୍ଭ ହୋଇଥିଲା ଶାହଙ୍କ ରୋଡ୍‌ ସୋ' । ଶାହଙ୍କ ସହ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମିଲ ଥିଲେ ।

କଟକର ଜନସାଧାରଣ ଅମିତ ଶାହଙ୍କ ରୋଡ୍‌ ସୋ' ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି । ସମସ୍ତେ ଘର ଦୁଆରେ, ଛାତ ଉପରେ ଛିଡ଼ା ହୋଇ ଅମିତ ଶାହଙ୍କ ରୋଡ୍‌ ସୋ' ଦେଖିଛନ୍ତି । କଟକର ଗଳିକନ୍ଦି ଆଜି ବିଜେପି ପତାକାରେ ଛାଉଣି ହୋଇଯାଇଛ । ତେବେ ଏହା ପୂର୍ବରୁ ଆଜି ସୋରଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ । ସେଠାରେ ରାଜ୍ୟ ସରକାରଙ୍କୁ ନିର୍ଧୂମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତା’ପରେ କଟକରେ ପହଞ୍ଚି ରୋଡ୍‌ ସୋ' କରିଛନ୍ତି ।

ଅଧିକ ପଢ଼ନ୍ତୁ: BJP ଆସିଲେ ଚିଟଫଣ୍ତ ଦୋଷୀ ଜେଲ୍ ଯିବେ: ଅମିତ୍ ଶାହ

OTV is now on Whatsapp

Join and get latest news update delivered to you via whatsapp

Join Now