Advertisment

ସୋରଡ଼ାରେ ଶାହଙ୍କ ହୁଙ୍କାର ! ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

‘ଦମ୍ ଅଛି ତ ଅଧିକ ଅଢ଼େଇ କେଜି ମିଶାଇ ଲୋକଙ୍କୁ ଦିଅ’ । ‘ଜୁନ୍ ୪ରେ ନବୀନଙ୍କୁ ବାଏ ବାଏ କହିବେ ଓଡ଼ିଶା ଭୋଟର’ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Amit Shah

ସୋରଡ଼ାରୁ ବି ଶାହଙ୍କ ହୁଙ୍କାର । ମଞ୍ଚକୁ ଆସୁ ଆସୁ ସିଧା ନବୀନ ଓ ବାବୁ ରାଜ୍‌କୁ ନିଶାନା । ନିର୍ବାଚନୀ ଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢୋକ୍ତି କରିଛନ୍ତି- ଜୁନ୍ ୧ରେ ଓଡ଼ିଶାରୁ ନବୀନ ସରକାର ଯାଉଛି ଓ ପଦ୍ମ ଆସୁଛି । ତାସହ କହିଥିଲେ-ନବୀନ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଏଠିକା ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ। ଶାଗମାଛ ଦରରେ ଧାନ ବିକୁଥିବାରୁ ଚାଷୀଙ୍କ ଆୟ ବଢୁନି। ତେଣୁ ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି ୩୧ଶହ ଟଙ୍କାରେ ଧାନ କିଣାଯିବ।

Advertisment

ତାସହ ଆକ୍ଷେପ କରିଥିଲେ- ନବୀନ ୱାନ୍ ନେସନ, ୱାନ୍ ରାସନ କାର୍ଡ ଲାଗୁ କରୁନାହାନ୍ତି। ରାସନ ହଡ଼ପ ଲକ୍ଷ୍ୟରେ ତାଙ୍କ ବାବୁମାନେ ଓଡ଼ିଶାରେ ଏହା ଲାଗୁ କରିବାକୁ ଦେଉନାହାନ୍ତି । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ହେଲେ ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି। ଯଦି ଚାଉଳ ଦେବାର ଇଚ୍ଛା, ଖାଲି ବ୍ୟାଗ୍ ନଦେଇ ଦମ୍ ଅଛି ତ କେନ୍ଦ୍ର ଚାଉଳରେ ଆଉ ଅଢ଼େଇ କେଜି ମିଶାଇ ଲୋକଙ୍କୁ ଦେବାକୁ ଆହ୍ବାନ ଦେଇଥିଲେ ଶାହ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

Advertisment

ସେହିପରି ଗରିବଙ୍କ ଚିଟ୍ ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ ବୋଲି କହିବା ସହ ୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ ବୋଲି ବି ଚେତେବାନୀ ଦେଇଥିଲେ ଶାହ। ତାସହ କହିଥିଲେ -ନବୀନ ସରକାର ଏବେ ଠେଲା ସରକାର ହୋଇ ସାରିଲାଣି, ଓଡ଼ିଶା ଲୋକ ଏହାକୁ ଟାଟା, ବାଏ ବାଏ କଲେଣି। ତେବେ ନବୀନ ଶାସନ ଚଳାଉଛନ୍ତି କି ବୋଲି ପ୍ରଶ୍ନ କରି ଶାହ କହିଥିଲେ-ଏଠି ବାବୁମାନେ ସରକାର ଚଳାଉଛନ୍ତି। ଯଦି ବାବୁଙ୍କୁ ଶାସନ ଦେବାର ଥିଲା, ତାହାଲେ କୌଣସି ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ କହି କରିଥିଲେ କଟାକ୍ଷ।

ସେହିପରି ସୋରଡ଼ା ଜନସଭାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବି ପ୍ରଶ୍ନ କରିଥିଲେ ବିଜେପିର ଏହି ଟପ୍ ହେଭିୱେଟ୍। ଶାହ ପ୍ରଶ୍ନ କରିଥିଲେ- ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା ? ଡୁପ୍ଲିକେଟ ଚାବି କିଏ ତିଆରି କଲା ? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ ? ତାସହ କହିଥିଲେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର କମିଶନ ରିପୋର୍ଟ ୬ ଦିନରେ ସାର୍ବଜନୀନ ହେବ।

ଖବରକାଗଜ ପ୍ରଥମ ପୃଷ୍ଠାରେ ଅଳଙ୍କାର ହିସାବର ବିଜ୍ଞାପନ ଦିଆଯିବ। ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି, ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି, ତେଣୁ ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି ବୋଲି ଆରୋପ ଲଗାଇଥିଲେ ଶାହା। ଏଥିସହ ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ଉତ୍ସବରେ ସାମିଲ ହେବାକୁ ଯିଏ ରୋକିଛି, ତାକୁ ରାଜ୍ୟବାସୀ କ୍ଷମା ଦେବେନି ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ବାହାର ରାଜ୍ୟରେ ବନ୍ଧା ପଡିଛନ୍ତି ଭୋଟର୍, ଭୋଟ ଦେବାକୁ ଛାଡ଼ୁନି ଇଟା ଭାଟି ମାଲିକ !

ଆସ୍କା ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେପି କ୍ଷମତାକୁ ଆସିଲେ କଣ କରିବ, ସେ ଗ୍ୟାରେଣ୍ଟି ତାଲିକା ବି ଭୋଟରଙ୍କୁ ଦେଇଥିଲେ ଶାହ। କହିଥିଲେ ୨ବର୍ଷ ଭିତରେ ସବୁ ଗାଁକୁ ରାସ୍ତା ହେବ। ରାଜ୍ୟରେ କେହି ରୋଜଗାର ପାଇଁ ବାହାରକୁ ଯିବେନି, ଆଖୁ ଚାଷୀଙ୍କୁ ସମୃଦ୍ଧ କରାଯିବ। ଯେଉଁ ଗଂଜାମ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ସେଠି ଗୋଟିଏ ବି କାରଖାନା ବସିନି। ତେଣୁ ବିଜେପିକୁ ଜିତାଇଲେ ଏଠି ଟେକ୍ସଟାଇଲ୍ ପାର୍କ ବସିବ ଓ ଇଣ୍ଟଷ୍ଟ୍ରିଆଲ କୋରିଡର ହେବ। ଗଂଜାମ ଦେଶର ନମ୍ବର ୱାନ୍ ଜିଲ୍ଲା ହେବ। 

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମକୁ ବିଜେପିର ଟପ୍ ନେତୃବୃନ୍ଦଙ୍କର ଜାରି ରହିଛି ଘନ ଘନ ଗସ୍ତ। ପୂର୍ବରୁ ମୋଦି, ନଡ୍ଡା ଓ ରାଜନାଥଙ୍କ ପରେ ଆଜି ଅମିତ ଶାହଙ୍କ ସଭା ଓ ହୁଙ୍କାର ବିଜେଡି ଗଡ଼କୁ ଭାଙ୍ଗିବାରେ କେତେ ସଫଳ ହେଉଛି, ଏବେ ତା ଉପରେ ନଜର।

BJD Amit Shah BJP Congress Odisha Politics General Election 2024
Advertisment
Advertisment