• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

CAPF
ନିର୍ବାଚନୀ ହିଂସା: ଗଞ୍ଜାମ ଯିବେ ଅତିରିକ୍ତ ୨୦ କମ୍ପାନୀ CAPF

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି ।

bolangir
ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।

Hema Malini
ପ୍ରଚାରରେ କମ୍ପିବ ଓଡ଼ିଶା; ଆସୁଛନ୍ତି ହେମା ମାଳିନୀ, କରିବେ ରୋଡ୍‌ ସୋ'

ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆଜି ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଉତ୍ତର ଭୁବନେଶ୍ବର, କଟକ କିଶନ ନଗରରେ ସଭା କରିବେ। ପରେ ପରେ ପିପିଲିରେ ରୋଡ୍ ସୋ’ କରିବେ ହେମାମାଳିନୀ।

Himant Biswa Sarma
ହିମନ୍ତଙ୍କ ବଡ଼ ବୟାନ; 'ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍'

୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା।

JP Nadda
ରାଜଧାନୀରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’..ଦେଖନ୍ତୁ ଫଟୋ

ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ରୋଡ୍‌ ସୋ । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ।

Khalikote Voilence
ଭୋଟ୍ ପୂର୍ବରୁ ଗଞ୍ଜାମରେ ରକ୍ତରଞ୍ଜିତ ନିର୍ବାଚନୀ ରଣଭୂମି

ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ। ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ। ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହାପଛରେ ଦିବଂଗତ ରାଣୀ ସୁଜ୍ଞାନ ଦେଓଙ୍କ ପୁତୁରାଙ୍କ ସଂପୃକ୍ତି ଅଭିଯୋଗ ଆଣି ଗର୍ଜିଛି ବିଜେପି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ସହ ଥାନା ଘେରାଉ ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ୍ ଚାର୍ଜ କରିଥିଲା।

JP Nadda
ବିଜେଡି ମାର୍କା ବାବୁଙ୍କୁ ଜେପି ନଡ୍ଡାଙ୍କ ୱାର୍ଣ୍ଣିଂ

ବିଜେଡି ବାବୁ ଭାୟାଙ୍କୁ ନଡ୍ଡାଙ୍କ ନିଶାନା। ଓଡ଼ିଶାରେ ବିଜେପି ସରକାର ହେଲେ କଡ଼ା ଗଣ୍ଡା ହିସାବ ନିଆଯିବ। ଯେଉଁ ସରକାରୀ ବାବୁମାନେ ବିଜେଡିକୁ ଅଯାଚୀତ ସାହାଯ୍ୟ କରୁଛନ୍ତି, ନିର୍ବାଚନରେ ସହଯୋଗ କରୁଛନ୍ତି ସେମାନଙ୍କୁ ନିବୃତ ରହିବାକୁ ଚେତାବନୀ ବି ଦେଇଛନ୍ତି।

Pradeep Panigrahi
ପ୍ରଦୀପଙ୍କ ଲେଖା ଛିଡେଇ ଦେବା ହୁଙ୍କାରରେ ଘାବରେଇ ଗଲା କି ବିଜେଡି ?

ପ୍ରଦୀପ ପାଣିଗ୍ରାହୀଙ୍କବଢୁଥିବା ଲୋକପ୍ରିୟତାରେ ଘାବରେଇ ଗଲା କି ବିଜେଡି ? ପ୍ରଦୀପଙ୍କ ବଳରେ ବିଜେପିର ଗଂଜାମ ଦଖଲ ରଣନୀତିକୁ ଦୁର୍ବଳ କରିବାକୁ ରଚିଲାକି ଷଡ଼ଯନ୍ତ୍ର ? ଗତ ୧୩ ତାରିଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଉଠିଛି ଏଭଳି ପ୍ରଶ୍ନ।

Chitfund Issue
ଓଡ଼ିଶା ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟଫଣ୍ଡ୍

ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ। କେବଳ ବିଜେପି ନୁହେଁ କଂଗ୍ରେସ ବି ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛି। ତେଣୁ ନିର୍ବାଚନରେ ଚିଟ୍ ଫଣ୍ଡ ପ୍ରସଙ୍ଗ ଗେମ୍ ଚେଞ୍ଜର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Pradeep Panigrahi
ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା କି ଶଙ୍ଖ ଦଳ ? ପ୍ରଦୀପଙ୍କ ପାୱାର ଦେଖି ଚିନ୍ତାରେ BJD !

ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।

JP Nadda
ୱାର୍ଣ୍ଣିଂ ଦେଲେ, ଚାକିରି ଯିବାର ଭୟ ବି ଦେଖାଇଲେ; ନଡ୍ଡାଙ୍କ ଭାଷଣ, ଚିନ୍ତାରେ ନବୀନ

ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ।

Khalikote Voilence
ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି, ଖଲ୍ଲିକୋଟରେ ଗଡ଼ିଲା ବିଜେପି କର୍ମୀଙ୍କ ମୁଣ୍ଡ

ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ । ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।

Chitfund Issue
ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟ୍‌ଫଣ୍ଡ, ସରକାରକୁ ଆସିଲେ ଦେଢ଼ ବର୍ଷରେ ଟଙ୍କା ଫେରାଇବ ବିଜେପି

ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ।

Odisha Politics
ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏ ନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ।

Khalikote Voilence
ଖଲ୍ଲିକୋଟ ହିଂସା: ହତ୍ୟା ପଛରେ ରହିଛି ରାଣୀଙ୍କ ପୁତୁରାଙ୍କ ହାତ !

ବିଜେପି ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା ଅନୁସାରେ ଗତକାଲି ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା । ଆଉ ସେଠାରୁ ହିଂସାକାଣ୍ଡ ଲାଗି ଯୋଜନା ହୋଇଥିଲା ।

Mallikarjun Kharge
ବିଜେଡି ଉପରେ ବର୍ଷିଲେ ଖଡ଼ଗେ; କହିଲେ, ଓଡ଼ିଶାରୁ ଲୁଟ୍‌ ହେଉଛି ଖଣି ଖାଦାନ

ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ସବୁ କିଛି ଅଛି । ୨୪ ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ।ବିଜେପି ତାଠୁ ଅଧିକ ବି ଦାଇ । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି ।

Union Minister Faggan Singh Kulaste
ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି: କେନ୍ଦ୍ର ଇସ୍ପାତମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କ ପାଞ୍ଚ ପ୍ରଶ୍ନ । ଓଡ଼ିଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

JP Nadda
ରାଜନୀତିର ପରିଭାଷା ବଦଳାଇଛନ୍ତି ମୋଦି, ଯାହା କୁହନ୍ତି ତାହା କରନ୍ତି: ନଡ୍ଡା

ଆସୁ ଆସୁ ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି ।

Khalikote Voilence
ଖଲ୍ଲିକୋଟରେ ରାଜନୈତିକ ହିଂସା: ପୋଲିସ୍‌ ଗାଡ଼ିକୁ ବୋତଲ ଓ ପଥର ମାଡ଼

ପୋଲିସ ଗାଡ଼ିକୁ ଘେରିବା ସହ ଗାଡ଼ି ଉପରକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି ଲୋକ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଛି ।

Khallikote
ଖଲ୍ଲିକୋଟ ରାଜନୈତିକ ହିଂସା, ଜଣଙ୍କ ମୃତ୍ୟୁ ପରେ ୮ ଜଣଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।

Mallikarjun Kharge
ଓଡ଼ିଶା ଆସୁଛନ୍ତି ମଲିକାର୍ଜୁନ ଖଡ଼ଗେ; କନ୍ଧମାଳ ମହାସମାବେଶରେ ଯୋଗଦେବେ

ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Ganjam Political Violence
BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

 ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି।

Aparajita Sarangi
‘ବିଜେଡି ଜିତିଲେ ନବୀନ ହେବେନି ମୁଖ୍ୟମନ୍ତ୍ରୀ, ପାଣ୍ଡୁଜୀ ହେବେ’

ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି । ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି କହିଛନ୍ତି ଅପରାଜିତା। ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

JP Nadda
‘ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି, ଓଡ଼ିଆ CM ଲୋଡ଼ା କରୁଛନ୍ତି’

ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

Prasanna Acharya
ହଟହଟା ହେଲେ ପ୍ରସନ୍ନ ! ପ୍ରଚାର ବେଳେ ବିଜେଡି ନେତାଙ୍କୁ ହିସାବ ମାଗୁଛନ୍ତି ଜନତା...

ଭିଡିଓରେ ଲୋକେ ବିଭିନ୍ନ ମୌଳିକ ସମସ୍ୟା ସମାଧାନର ଜବାବ ମାଗୁଛନ୍ତି। ୨୫ ବର୍ଷରେ କ’ଣ କରିଛ ବୋଲି ଲୋକେ ପଚାରୁଥିବା ଦେଖିବାକୁ ମିଳୁଛି।