Advertisment

ସତ୍ୟବାଦୀରେ ଭୋଟ୍ ପୂର୍ବରୁ ବିଜେପିକୁ ଧକ୍କା; ଦଳ ଛାଡ଼ିଲେ ରମା ବଳିୟାରସିଂହ

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Former Odisha MLA Ramaranjan Baliarsingh Quits BJP

ramaranjan-baliarsingh-quits-BJP

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆଜି ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଛନ୍ତି। ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ରମା ବଳିଆରସିଂହ ବିଜେପି ମୁଖପାତ୍ର ମଧ୍ୟ ଥିଲେ। ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ବିଜେପି ପାଇଁ ଶକ୍ତ ଧକ୍କା।

Advertisment

ରମାରଞ୍ଜନ ବଳିୟାରସିଂହ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତ୍ରୟୋଦଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ୨୦୧୮ରେ ବିଜେଡି ଛାଡି ସେ ବିଜେପିରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ: ସୋରଡ଼ାରେ ଶାହଙ୍କ ହୁଙ୍କାର ! ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

Advertisment

ତେବେ ତାଙ୍କ ବୋହୂ ବର୍ଷା ସିଂହ ବରିହା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

BJP General Election 2024
Advertisment
Advertisment