• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜବତ ହେଲା ପୁଳା ପୁଳା ଟାବଲେଟ୍ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ପରିମାଣର ଟ୍ୟାବ୍ ରାୟଗଡ଼ାରୁ ଜବତ ହୋଇଛି । ଏକ ବଡ଼ କଣ୍ଟେନରରେ ଏସବୁ ଟ୍ୟାବକୁ ରଖାଯାଇଥିବାବେଳେ ଲୋକେ ଧରିଛନ୍ତି । ଏସବୁକୁ ୮ଟି ଇନୋଭା ଜରିଆରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥାନ୍ତା ।

ସବୁଠୁ ବଡ଼ କଥା ହେଉଛି ଏସବୁରେ ମୁଖ୍ୟମନ୍ତ୍ରୀ ଓ 5Tର ଫଟୋ ସହ ବାର୍ତ୍ତା ରହିଛି । ତେଣୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରାଯାଇଥିବା ଅଭିଯୋଗରେ ଆଜି ପୋଲିସକୁ ଏତଲା ଦେଇଛନ୍ତି ସ୍ଥାନୀୟ ଲୋକେ ଓ କଂଗ୍ରେସ ନେତା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ୟାବ ପରିବହନ ଦାୟିତ୍ୱରେ ଥିବା ବ୍ୟକ୍ତି ।

କହିଛନ୍ତି, ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏସବୁ ରାଜ୍ୟ ସରକାରଙ୍କ ଶିକ୍ଷକଙ୍କ ପାଇଁ ଅର୍ଡର ଦିଆଯାଇଥିଲା । ହେଲେ କାହିଁକି ଏମିତି ଲୁଚାଇ ରଖାଯାଇଥିଲା ସେ ସମ୍ପର୍କରେ କିନ୍ତୁ ସନ୍ତୋଷଜନକ ଉତ୍ତର ଦେଇପାରିନାହାଁନ୍ତି । ତେବେ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବାବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ମଧ୍ୟ କିଛି କହିବାକୁ ମନା କରିଦେଇଛନ୍ତି ।

ସେପଟେ ଭାରତୀୟ ନିର୍ବାଚନ କମିଶନ ମଧ୍ୟ ଆଖି ତରାଟି ଗଲା ଭଳି ତଥ୍ୟ ଦେଇଛନ୍ତି । ମୂଳରୁ ମତଦାନ ଆରମ୍ଭ ହୋଇନି, ଏଣେ ନିର୍ବାଚନ ବେଳର ଗତ ଦେଢ଼ ମାସ ଭିତରେ ଦେଶ ବ୍ୟାପୀ ଚଢ଼ଉ କରି ୪ହଜାର ୬୫୮କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ଉପହାର ସାମଗ୍ରୀ ଜବତ କରିସାରିଲେଣି ଭାରତୀୟ ନିର୍ବାଚନ କମିଶନ ।

ଯାହା ମଧ୍ୟରେ ଓଡ଼ିଶାରୁ ସିଜ୍ ହୋଇଛି ୧୦୭କୋଟି ୧୩ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ । ସେଥିରେ ଅଛି ୧ କୋଟି ୪୭ ଲକ୍ଷ ନଗଦ ଟଙ୍କା, ୧୬ କୋଟିର ମଦ, ୩୯ କୋଟିର ଡ୍ରଗସ୍ ଓ ୬କୋଟି ୪୬ ଲକ୍ଷ ଟଙ୍କା ମୂଲ୍ୟର ସୁନା-ରୂପା ଭଳି ମୂଲ୍ୟବାନ ଧାତୁ । ଏହା ସହ ପ୍ରାୟ ୪୪ କୋଟି ଟଙ୍କାର ମାଗଣାରେ ବଣ୍ଟା ଯିବାକୁ ଥିବା ଉପହାର ସାମଗ୍ରୀ ବି ଧରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ କମିଶନଙ୍କ ମିଳିତ ଟିମ୍ ।