Advertisment

ବଦଳିଲା ରଣପୁର ବିଜେପି ଟିକେଟ୍, ପୁଣି ପ୍ରାର୍ଥୀ ହେଲେ ସୁରମା ପାଢ଼ି

ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି।

author-image
Satyendu Shekher Mishra
Surama Padhi

Surama Padhi

ବଦଳିଲେ ରଣପୁର ବିଜେପି ପ୍ରାର୍ଥୀ । ତାପସ ମାର୍ଥାଙ୍କ କଟିଲା ଟିକେଟ୍ । ପୁଣି ପ୍ରାର୍ଥୀ ହେଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ି । ରଣପୁରରୁ ସୁରମା ପାଢ଼ୀଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି ।

Advertisment

ଦଳ ପକ୍ଷରୁ ଟିକେଟ ପାଇବା ପରେ ସୁରମା କହିଛନ୍ତି ରଣପୁରରେ ଲୋକଙ୍କ ଭିତରେ ଶାସକ ଦଳ ବିରୋଧୀ ମନୋଭାବ ରହିଛି । ୨୫ ବର୍ଷ ଶାସନରେ ରଣପୁରରେ କୌଣସି ବିକାଶ ହୋଇନି । ଚାଷୀଙ୍କ ପାଇଁ ଜମିକୁ ପାଣି ବ୍ୟବସ୍ଥା କରାଯାଇନାହିଁ । ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନକୁ ନେଇ ଲୋକଙ୍କ ପାଖକୁ ଯିବି ବୋଲି ସେ କହିଛନ୍ତି । ତେବେ ସୁରମାଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତକ୍ରିୟା ମିଳିପାରିନାହିଁ । ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି। 

ସେପଟେ ଭେଟରାନ ନେତା ଦିଲୀପ ରାୟ ଦୀର୍ଘ ଦିନ ପରେ ପୁଣି ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି । ୭୦ ବର୍ଷୀୟ ଦିଲୀପଙ୍କୁ ବିଜେପି ଏଥର ରାଉରକେଲାରୁ ବିଧାନସଭା ପ୍ରାର୍ଥୀ କରିଛି। କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିବା ପରେ ପୁଣି ଥରେ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।

Advertisment

ଦିଲୀପ ପୂର୍ବରୁ ୧୯୮୫ ଓ ୧୯୯୦ରେ ଜନତା ଦଳରୁ ଏବଂ ୨୦୧୪ରେ ବିଜେପିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ସେ ୧୯୯୬ରୁ ୨୦୦୮ ପର୍ଯ୍ୟନ୍ତ ଦୁଇ ଦୁଇ ଥର ରାଜ୍ୟସଭା ସାଂସଦ ଥିଲେ। ପ୍ରଥମ କାର୍ଯ୍ୟକାଳରେ ଦିଲୀପ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ତେବେ ଦ୍ୱିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା ପରେ ସେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଏବେ ରାଉରକେଲାରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲହର ରହିଛି । ଯାହା ନିର୍ବାଚନ ଜିତିବାରେ ବେଶୀ ସହାୟତା କରିବ ବୋଲି କହିଛନ୍ତି ଦିଲୀପ । ଏହାଛଡ଼ା ୧୨ ବର୍ଷ ହେଲା ରାଉରକେଲା ମହାନଗର ନିଗମ ନିର୍ବାଚନ ହୋଇନି । ଏହି ନିର୍ବାଚନ କେମିତି ହେବ ସେନେଇ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଏହାଛଡ଼ା ରାଉରକେଲାର ବିକାଶ ତାଙ୍କର ପ୍ରମୁଖ ମୁଦ୍ଦା ବୋଲି କହିଛନ୍ତି ଦିଲୀପ । ବିଜେପି ଦିଲୀପଙ୍କୁ ଟିକେଟ ଦେବା ପରେ ତାଙ୍କ ସମର୍ଥକ ଉତ୍ସବ ପାଳନ କରିଛନ୍ତି ।

BJD BJP Congress Odisha Politics General Election 2024
Advertisment
Advertisment