• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଲା ପ୍ରାର୍ଥୀ । ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ । ରୋହିତ ପୂଜାରୀଙ୍କୁ ମିଳିଲା ସମ୍ବଲପୁର ଟିକେଟ । ଚିତ୍ରକୋଣ୍ତାରୁ ଲଢ଼ିବେ ଲକ୍ଷ୍ମୀପ୍ରିୟା ନାୟକ । ସେହିପରି ପଦ୍ମପୁରରୁ ଲଢ଼ିବେ ବର୍ଷା ସିଂ ବରିହା ।

ସେହିପରି କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ମିଳିଲା ଟିକେଟ । ନବୀନ ପୁଣି ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ । କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର କୌଣସି ଏକ ସ୍ଥାନରୁ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ ।

ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି । କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି । ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଟେଜିକ୍ ଲୋକେସନ ଭାବେ ଜଣାଶୁଣା ।

୨୦୧୯ ବିଧାନସଭା ନିର୍ବାଚନ ମଧ୍ୟ ନବୀନ ପଟ୍ଟନାୟକ ଦୁଇଟି ଆସନ ଯଥାକ୍ରମେ ଗଂଜାମର ହିଞ୍ଜିଳି ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ଲଢ଼ିଥିଲେ । ପରେ ବିଜେପୁର ଆସନକୁ ଛାଡ଼ି ଦେଇଥିଲେ । ଆଉ ଏବେ ପୁଣି ସେହି ପଶ୍ଚିମ ଓଡ଼ିଶାର ଏକ ବିଧାନସଭା ଆସନ କଣ୍ଟାବାଞ୍ଜିକୁ ବାଛିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡି ଖେଳୁଛି ଶପଥ କାର୍ଡ! ଅସନ୍ତୁଷ୍ଟ କର୍ମୀ-ଲୋକଙ୍କୁ ନେଇ ନେତା କରାଉଛନ୍ତି ଶପଥପାଠ

ଗତ କିଛିଦନ ତଳେ ବିଜେଡି ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ଟିକଟ ମିଳିଥିବା ବେଳେ ପାରାଦୀପରୁ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ଦେଇଥିଲା ଦଳ । ଏହା ଭିତରେ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକଟ ମିଳିଥିଲା । କିନ୍ତୁ ସେ କୁଆଡ଼େ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଲେଶ୍ୱର ଲୋକସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଟିକଟ ଦେଇଛି । 

ତୃତୀୟ ପର୍ଯ୍ୟାୟ ତାଲିକାରେ ଦଳ ୩ ଜଣଙ୍କୁ ରିପିଟ୍ କରିଥିବା ବେଳେ ୬ ସିଟରେ ନୂଆମୁହଁ ଦେଇଥିଲା । ପୂର୍ବରୁ ଦଳ ୨୦ ଲୋକସଭା ଏବଂ ୯୯ଟି ବିଧାନସଭା ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା । ସୂଚନା ଅନୁସାରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।