ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା। କାରଣ ରେଢାଖୋଲ ପାଇଁ ଆଶାୟୀ ରହି ସଂଗଠନ କରୁଥିବା ପ୍ରସନ୍ନଙ୍କୁ ଦଳ ସମ୍ବଲପୁର ଟିକେଟ୍ ଦେବା ପରଠୁ ସେ ଅପ୍ରସନ୍ନ ଥିବା କୁହାଯାଉଥିଲା। ଏପରିକି ଗଲା ୧୨ ତାରିଖରେ ଏନେଇ ନବୀନ ନିବାସ ଯାଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଟିକେଟ ଫେରାଉଥିବାର ବି ଚର୍ଚ୍ଚା ହେଉଥିଲା। ତେଣୁ ବାଧ୍ୟ ହୋଇ ଦଳ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି।
Published By: Sujit kumar Swain
Last updated: 17 April 2024, 10:35 PM IST
ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।