ବାରିପଦା(ମାଣିକଲାଲ ପାଣି): ମୋରଡାର ପୂର୍ବତନ ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ତାଙ୍କ ପରିବାରଙ୍କ ସହିତ ଅନେକ ସମର୍ଥକ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ପୂର୍ବତନ ବିଧାୟକ ବିରାମ ମୁର୍ମୁ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।
ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି। ଗତକାଲି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ଶୃତିରେଖା ପହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବିଂଝାରପୁର ପାଇଁ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ ନିଜ ସମର୍ଥକଙ୍କ ସହ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମାନସ ଜେନା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ଯାଜପୁରରେ […]
ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ ହୋଇଛି। ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯିବା ସହ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇ ଜିଲ୍ଲା ପୁଲିସ୍ ଓ ସିଆରପିଏଫ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ରାୟଗଡ଼ା ପୁଲିସ ଓ ସିଆରପିଏଫ୍ ଯବାନମାନେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡ଼ିଆରୁ ବାହାରି ରାୟଗଡ଼ା ସହର ପରିକ୍ରମା କରିଥିଲେ। ମିଳିତ ବାହିନୀର ଏ ଫ୍ଲାଗମାର୍ଚ୍ଚ ରାୟଗଡ଼ା ସିଆରପିଏଫ୍ କ୍ୟାମ୍ପ୍ ପର୍ଯ୍ୟନ୍ତ ଯାଇଥିଲା।
ଭୁବନେଶ୍ୱର: ଆଜି ରାଜ୍ୟରେ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର ଘୋଷଣା ହେବ। ପୂର୍ବରୁ କଂଗ୍ରେସ ଜାତୀୟ ସ୍ତରରେ ନିଜର ଇସ୍ତାହାର ପତ୍ର ଘୋଷଣା କରିଥିବାବେଳେ, ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘୋଷଣା କରିନାହିଁ। ତେବେ ରାଜ୍ୟରେ ଆଜି ବିଜେପି ଇସ୍ତାହାର ଘୋଷଣା କରିବା ସମ୍ଭାବନା ରହିଛି। ରାଜ୍ୟବାସୀଙ୍କ ପାଇଁ ବିଜେପି ଫୋକସ୍ରେ କ’ଣ ରହିବ, ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଚାର ପାଇଁ ଆଜି ଅମିତ ଶାହ ଓଡ଼ିଶା ଆସୁଛନ୍ତି। ସେ ଗଞ୍ଜାମ ଓ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ପଛାଇ ନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଜୟପୁରରେ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଛନ୍ତି ନବୀନ। ବିଜେଡି ପୁଣି କ୍ଷମତାକୁ ଆସିଲେ କାଳିଆ ଟଙ୍କା ଦିଆଯିବ ବୋଲି ଜୟପୁର ନିର୍ବାଚନୀ ସଭାରେ ଖୋଲାଖଲି କହିଛନ୍ତି ନବୀନ। ସରକାର ଗଠନର ପ୍ରଥମ ଦିନରେ ହିଁ ୨୫ ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି। ଚଳିତ ନିର୍ବାଚନରେ […]
କୋରାପୁଟ: ଅଭିଜ୍ଞ ଏବଂ ନବାଗତଙ୍କ କୁରୁକ୍ଷେତ୍ର ସାଜିବ କୋରାପୁଟ। ଏଠି ଏଥର ତ୍ରିମୁଖୀ ଲଢ଼େଇ ହେବ। ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେବେ ୨୦୦୯ରେ ବିଜେଡି ଟିକେଟରେ ଜିତିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗିକୁ ପ୍ରାର୍ଥୀ କରି ବିଜେପି ଉଭୟଙ୍କୁ ମାତ୍ ଦେବା ଚକ୍କରରେ ରହିଛି। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି, […]
ଭୁବନେଶ୍ୱର: ଜୋର୍ ଧରିଲାଣି ନିର୍ବାଚନୀ ପ୍ରଚାର। ନିଜ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ପ୍ରାର୍ଥୀ। ତେବେ କଂଗ୍ରେସରେ ଚିତ୍ର କିନ୍ତୁ ଓଲଟା। ମୈଦାନରେ ବଦଳରେ ପିସିସି ସଭାପତିଙ୍କ ଘରେ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। କାରଣ ଏବେବି ଅଛିଣ୍ଡା ରହିଛି କଂଗ୍ରେସର ଟିକଟ ଅଙ୍କ। କିଛି ଆଶାୟୀ ଟିକଟ ନପାଇ ଅସନ୍ତୋଷ ଜାହିର କରିବାକୁ ଆସୁଥିବା ବେଳେ ଆଉ କିଛି ନିଜ ଅଞ୍ଚଳର ଘୋଷିତ ପ୍ରାର୍ଥୀଙ୍କୁ ବଦଳାଇବା ଦାବିରେ ନିରଞ୍ଜନଙ୍କ ନିକଟରେ […]
ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଲାଗି ଏଡିଏମ୍ଙ୍କ ନିକଟରେ ଦାବି କରିଛି ବିଜେପି। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହାକି ଆଇନ୍ର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିଛି। ବିଜେପି ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏଡିଏମ୍ଙ୍କ କାର୍ଯ୍ୟାଳୟକୁ ଯାଇ ଏ ବାବଦରେ ଅଭିଯୋଗ […]
ଗୁଣପୁର(ଇନ୍ଦ୍ରଜିତ୍ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୧ ତାରିଖରେ ରାୟଗଡ଼ା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏଥିଲାଗି ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଠି ଚାରି କୋଣିଆ ଲଢ଼େଇ ହେବାକୁ ଯାଉଛି। ତେବେ ଏହି ଲଢ଼େଇ ହେବ ଗୋଟିଏ ପରିବାର ଭିତରେ। ଏଠାରୁ ନିର୍ବାଚନ ଲଢୁଥିବା ସମସ୍ତ ପ୍ରମୁଖ ପାର୍ଥୀ ଗମାଙ୍ଗ ପରିବାରର। ଏଣୁ ପାରିବାରିକ ରାଜନୀତିକୁ ନେଇ ସରଗରମ ହୋଇଛି ଏଠାକାର ନିର୍ବାଚନୀ ପରିବେଶ। ଏଠି ଅଜା-ନାତିଆ, ଦାଦା-ପୁତୁରା ଓ ମାମୁଁ- ଭଣଜା […]
ଭୁବନେଶ୍ୱର: କାଳିଆ ଟଙ୍କା ଅଟକାଇ ଦିଆଯାଇଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ ହୋଇଛି। ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏ ସମ୍ପର୍କରେ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି।ଅନ୍ୟପକ୍ଷରେ ପିଏମ୍ କିଷାନ ଯୋଜନାରେ ଏବେ ବି ହିତାଧିକାରୀଙ୍କ ନାଁ ଭର୍ତ୍ତି ହେଉଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ବିଜେପିର ପ୍ରତିକ୍ରିୟା […]
ନୂଆପଡ଼ା(ମାୟାଧର ସରାଫ): ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆପଡ଼ା ନିର୍ବାଚନମଣ୍ଡଳୀର ତରବୋଡରେ ଏକ ସମାବେଶରେ ସେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସହିତ କଂଗ୍ରେସର ଗରିବଙ୍କୁ ୭୨ ହଜାର ଟଙ୍କା ପ୍ରଦାନର ଘୋଷଣାକୁ ପ୍ରଶଂସା କରିବା ସହିତ କହିଛନ୍ତି, କଂଗ୍ରେସ ଯାହା କହେ, ତାହା କରେ। ଧର୍ମଗଡ଼ରେ ସେ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗ ଦେବେ। ବାଘେଲଙ୍କ ସହିତ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା […]
ସୁନ୍ଦରଗଡ଼: ଶୋଭାଯାତ୍ରା ବେଳେ ସୁନ୍ଦରଗଡ଼ ଲୋକସଭାର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଟକାଇଲା ନିର୍ବାଚନ କମିଶନଙ୍କ ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍। ସୁନୀତ ଆଜି ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ପ୍ରଚାର ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏଥିପାଇଁ ଆବଶ୍ୟକ ଅନୁମତି ନ ଥିବାରୁ ପୁଲିସ୍ ତାଙ୍କୁ ହାତୀବାରିରେ ଅଟକ ରଖିଥିଲା। ହେଲେ କିଛି ସମୟ ପରେ ସୁନୀତା ସେଠାରୁ ଆସି ରୋଡ୍ ଶୋ’ କରୁଥିବା ବେଳେ ପୁରୁଣାପାଣିରେ ତାଙ୍କୁ ଶୋଭାଯାତ୍ରା ଓ ସଭା ପାଇଁ ଅନୁମତି ପତ୍ର ମାଗିଥିଲା […]
କଳାହାଣ୍ଡି(ରାଜକୁମାର ସିଂହଦେଓ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି ଜିଲ୍ଲାର ତିନିଟି ସ୍ଥାନରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବୃନ୍ଦାବାହାଲରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର। ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବର୍ଷିବା ସହ କାଳିଆ ଯୋଜନାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସେମାନଙ୍କ ସମ୍ପର୍କୀୟ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ଏହି […]
ସମ୍ବଲପୁରର(ସଞ୍ଜୟ ଜେନା): ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ୍ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ। ନଳିନୀ ଅଫିସ୍ ଅଫ୍ ପ୍ରଫିଟ୍ରେ ଥିବା ସେ ଅଭିଯୋଗ କରିଛନ୍ତି। ନୀତେଶ ଗଙ୍ଗଦେବଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚିଛି। ଆଜିର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲିକୁ ଘୁଞ୍ଚିଛି। କାଲି ଦିନ ୧୦ଟା ୪୫ରେ ରିଟର୍ଣ୍ଣିଂ ଅଫିସର ଶୁଣାଣି କରିବେ।
ଭୁବନେଶ୍ୱର: ପ୍ରାଧିକୃତ ଦଳୀୟ ପୋଷ୍ଟର୍ ଓ ହୋର୍ଡିଂ ବିକୃତ କରିବା ନେଇ ଭୁବନେଶ୍ୱର କମିଶନରେଟ ପୁଲିସ୍ ପାଖରେ ଅଭିଯୋଗ କରିଛି ବିଜେପି। ଭୁବନେଶ୍ୱର ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଲାଗିଥିବା ଦଳୀୟ ପୋଷ୍ଟର୍ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହୋର୍ଡିଂରେ ପଳାତକ ନିରବ ମୋଦି ଏବଂ ବିଜୟ ମାଲ୍ୟାଙ୍କ ଫଟୋ ଲଗାଇ ବିକୃତ କରାଯାଇଛି। ଏଭଳି କରି ଦଳ ଏବଂ ବୈଜୟନ୍ତଙ୍କ ଭାବମୂର୍ତ୍ତି ନଷ୍ଟ କରାଯାଇଛି ବୋଲି ଦଳ ଅଭିଯୋଗ କରିଛି। ଏଭଳି କାର୍ଯ୍ୟ ଆଇପିସିର […]
ଭୁବନେଶ୍ୱର: ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମହିଳା ସଶକ୍ତିକରଣ କଥା କହିବା ଲଙ୍କାରେ ହରି ଶବ୍ଦ ଭଳି, କହିଛନ୍ତି ଧର୍ମେନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଦିନରେ ଘଟିଥିବା ପିପିଲି ନାବାଳିକା ଦୁଷ୍କର୍ମ ଓ କୁନ୍ଦୁଲି ଘଟଣା ଲୋକେ ଆଜି ବି ଭୁଲି ନାହାନ୍ତି। ହେଲେ ପିପିଲି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ବିଧାୟକ ପାଇଁ ଟିକେଟ୍ […]
କେନ୍ଦ୍ରାପଡ଼ା (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି। ତାଙ୍କର ଟିକେଟ୍ କାଟିବାକୁ ଦାବି କରି ରାଜନଗର ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ପହଞ୍ଚି ହୋହଲ୍ଲା କରିଛନ୍ତି। ମାର୍କଫେଡ ଧାନକିଣା ଦୁର୍ନୀତିରେ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ସଂପୃକ୍ତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ବଦଳରେ ଅନ୍ୟ କାହାକୁ […]
ମୟୂରଭଞ୍ଜ: ନର୍ବାଚନ ଯେତେ ପାଖେଇ ଆସୁଛି ଦଳଗୁଡ଼ିକ ମଧ୍ୟରେ ଦଳଡିହାଁ ପର୍ବ ସେତେ ଜୋର୍ସୋର୍ରେ ହେଉଛି। ବିଜେଡିରେ ବିଜେପି ନେତା ଆଉ ବିଜେପିରେ ବିଜେଡି ନେତା ସାମିଲ୍ ହେଉଛନ୍ତି। ଏବେ ପୁଣି ଜଣେ ବିଜେପି ନେତା ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି। ସେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ସାରସକଣାର ବିଜେପି ନେତା ରାମ କୁମାର ସୋରେନ୍। ରାମ କୁମାର ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍ ହୋଇଛନ୍ତି। ସେ ବିଜେପି ଏସ୍ଟି ମୋର୍ଚ୍ଚାର ସଭାପତି […]
କଟକ: ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲକୁ ନେଇ ଆଜି କଟକ ରାଜନୀତି ଭାରି ଗରମ ଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। କଟକ-ବାରବାଟୀ ପାଇଁ ବିଜେପିର ସମୀର ଦେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିପରି କଂଗ୍ରେସରୁ ମହମ୍ମଦ ମୋକିମ ନାମାଙ୍କନପତ୍ର ଦାଖଲ କରିଥିଲେ। କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି ଓ କଟକ ସଦର […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆସନ୍ତା ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବାବେଳେ ବଲାଙ୍ଗିରରେ ରାଜନୈତିକ ହିଂସା ଦେଖାଦେଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଥିବା ବିଜେଡି ଅଫିସ୍ରେ ପଶି କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଜେଡିର ପ୍ରଫୁଲ୍ଲ ମେହର ନାମକ ଜଣେ କର୍ମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବଲାଙ୍ଗିର ବିଜେଡି ବିଧାୟକ […]
ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏୟାରପୋର୍ଟରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ସେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ଏହି ରୋଡ୍ ଶୋ’ ଏୟାରପୋର୍ଟରୁ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ, ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡାରେ ଏକ ବିରାଟ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଖୁବଶୀଘ୍ର ବିଜେପିକୁ ଫେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରୋଧ କରିଛନ୍ତି। ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୁଏଲ କହିଛନ୍ତି,“ରାଉରକେଲାର ସ୍ୱାର୍ଥ ପାଇଁ ଦିଲୀପ ରାୟଙ୍କ ମୁଖ୍ୟ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଦାବି ପୂରଣ ହୋଇଥିବାରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି […]
ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଯିବା ବାଟରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍ ନଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି ସମର୍ଥକ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ […]