• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲକ୍ଷ୍ନୌ: ନିର୍ବାଚନ ଯେତିକି ପାଖୋଉଛି, ଉତ୍ତରପ୍ରଦେଶ ମାହୋଲ ସେତିକି ଉଷ୍ମ ହେଉଛି । ଏବେ ରାଜ୍ୟର ପ୍ରତ୍ୟକ କୋଣ ଅନୁକୋଣରେ କେବଳ ନିର୍ବାଚନୀ ଚର୍ଚ୍ଚା । ଏଥର କିଏ ମାରିବ ବାଜି ? ଗୋଟିଏ ପଟେ ରାଜ୍ୟରେ ବିଜେପି ଶାସନ ଚାଲିଥିବା ବେଳେ ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ଉତ୍ତର ପ୍ରଦେଶକୁ ଗୋଟିଏ ପରେ ଗୋଟିଏ ଭେଟି ଦେବାରେ ଲାଗିଛନ୍ତି । ଯାହାଫଳରେ ଯୋଗୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଆହୁରି ମଜଭୁତ୍‌ ହେବ ବୋଲି ଆଶା କରାଯାଇପାରେ ।

ତେବେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍‌ସର ଆଜି ଲୋକାର୍ପଣ ହୋଇଛି । ପ୍ରାୟ ଏକ ହଜାର କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଗୋରଖପୁର ଏମ୍‌ସର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ରେ ଏହାର ଭିତ୍ତିଭୂମି ସ୍ଥାପନ କରାଯାଇଥିଲା । ପୂର୍ବାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି ମୋଦି ।  ୧୧୨ ଏକର ଜମିରେ ନିର୍ମାଣ ହୋଇଥିବା ଏହି ଏମ୍‌ସ ହସ୍ପିଟାଲ୍‌ରେ ୭୫୦ଟି ବେଡ୍, ୨ଟି ଅକ୍ସିଜେନ୍ ପ୍ଲାଣ୍ଟ, ୧୪ଟି ମୋଡୁଲାର ଅପରେସନ୍ ଥିଏଟର ରହିଛି ।

ଖାଲି ଏମ୍‌ସ ନୁହେଁ, ପ୍ରଧାନମନ୍ତ୍ରୀ ମୋଦି କୃଷି କ୍ଷେତ୍ରରେ ସହାୟତା ପାଇଁ ଏକ ସାର କାରଖାନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ୮ ହଜାର ୬୦୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ସାର କାରଖାନା ଦ୍ୱାରା ପ୍ରତିବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍‌ ସାର ଉତ୍ପାଦନ ହେବ । ଲୋକାର୍ପଣ ପୂର୍ବରୁ ଏମ୍‌ସ ଓ ସାର କାରଖାନା ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ।