• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ବି ଗୃହରେ ମମିତା ତାତି । ୪ ଟାରେ ପରେ ଗୃହ ଆରମ୍ଭ ହୋଥିବା ବେଳେ ପ୍ରଥମଥର ପାଇଁ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଜେପି ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଦିବ୍ୟଶଙ୍କର । ମମିତା ହତ୍ୟା ମାମଲା ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଲିଖିତ ପ୍ରଶ୍ନ କରିଥିଲେ ମୋହନ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଗୃହରେ ଉତ୍ତର ରଖିଲେ ଦିବ୍ୟଶଙ୍କର ମିଶ୍ର ।

ମମିତା ହତ୍ୟା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଦିବ୍ୟଶଙ୍କର । ମୋହନଙ୍କ ପ୍ରଶ୍ନ ଥିଲା ଯେ, ମହାଲିଙ୍ଗ ହତ୍ୟା ଓ ଯୌନ ବ୍ୟଭିଚାର ନେଇ କେତୋଟି ମାମଲା ରହିଛି ? ହତ୍ୟାର ମାସକ ପୂର୍ବରୁ କେଉଁ ଭିଆଇପି କେଉଁ ଉଦ୍ଦେଶ୍ୟରେ କଲେଜକୁ ଯାଇଥିଲେ ? କିଏ ସେଠି ରାତିରେ ରହିଥିଲେ ? ହତ୍ୟା ଓ ଯୌନ କେଳେଙ୍କାରୀ ମଧ୍ୟରେ କି ସଂପର୍କ ରହିଛି ? ମମିତା ମେହେର ହତ୍ୟା ଘଟଣାର ମୋଟିଭ କଣ ? ଯୌନ ବ୍ୟଭିଚାରକୁ ମୋଟିଭ ଭାବେ ତଦନ୍ତାଧିନ ହୋଇଛି କି ?

ମୋହନଙ୍କ ଏଭଳି କଡ଼ା ପ୍ରଶ୍ନର ଉତ୍ତରରେ ଦିବ୍ୟଶଙ୍କର କହିଲେ, ମାମଲା ଏବେ ତଦନ୍ତାଧୀନ ରହିଛି । ରାଜ୍ୟ ସରକାରଙ୍କ ଅନୁରୋଧରେ ହାଇକୋର୍ଟଙ୍କ ପକ୍ଷରୁ ତଦନ୍ତ ତଦାରଖ ପାଇଁ ପୂର୍ବତନ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁଙ୍କୁ ମନୋନୀତ କରାଯାଇଛି । ତେବେ ମନ୍ତ୍ରୀଙ୍କ ଏଭଳି ସାଧାରଣ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ।

ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ମମିତା ମେହେର ହତ୍ୟା କାଣ୍ଡ ନେଇ ହୋ-ହଲ୍ଲା ଲାଗି ରହିଛି । ଆଜିକୁ ପାଞ୍ଚଦିନ ହେବ ଗୃହ ଅଚଳ ପଡ଼ିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି ।