Advertisment

ଲାଠିମାଡ଼ ପରେ ପୋଲିସ ଉପରକୁ ବିଜେପି କର୍ମୀଙ୍କ ଢେଲାମାଡ଼

ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା।

author-image
Chandan Shishu
BJP protest at bhubaneswar

BJP protest at bhubaneswar

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ବିଜେପିର ହଲ୍ଲାବୋଲ। ମମିତା ମେହେର ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ଆଜି ବିଶାଳ ସମାବେଶ କରିଛି। ବିଧାନସଭା ଘେରାଉ ପାଇଁ ଶହ ଶହ ବିଜେପି କର୍ମୀ ଆଜି ଲୋୟର ପିଏମଜିରେ ଏକାଠି ହୋଇଛନ୍ତି। ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବି କରି ବିଧାନସଭା ଅଭିମୁଖେ ବାହାରିଛି ବିଜେପି ଯୁବ ମୋର୍ଚ୍ଚାର ରାଲି। ଏହି ସମୟରେ ପୋଲିସ୍ ସହ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଛି। ଏହି ସମୟରେ ପୋଲିସ୍ ସହ ମୁହାଁମୁହିଁ ପରିସ୍ଥିତି ହୋଇଛି।

Advertisment

ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା। ଏହାପରେ ପୋଲିସ ବସ୍‌କୁ ଉତ୍ତ୍ୟକ୍ତ ବିଜେପି କର୍ମୀ ଭଂଗାରୁଜା କରିଥିଲେ। 

ପୋଲିସ ଗାଡ଼ି ଭାଙ୍ଗିବା ସହ ପୋଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ବିଜେପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ଲାଠି ମାଡ଼  ହୋଇଥିଲା। ବିଜେପି ମମିତା ମେହେର ହତ୍ୟାର ସିବିଅାଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି। 

Advertisment
BJP Bhubaneswar Stone Attack Odisha Police
Advertisment
Advertisment