Advertisment

କଂଗ୍ରେସରୁ ବିଦା ହେଲେ ପ୍ରଫୁଲ୍ଲ ମାଝୀ

ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former MLA Prafulla Majhi

Former MLA Prafulla Majhi

ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ସେ କଂଗ୍ରେସ ଛାଡ଼ିବା ପୂର୍ବରୁ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି।

ସେପଟେ ଦଳରେ ତାଙ୍କୁ ପ୍ରତାରଣା ଓ ଅବହେଳା କରାଯାଇଥିବା ପ୍ରଫୁଲ୍ଲ ମାଝୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କ ପରିବାର ୬୦ ବର୍ଷରୁ ଅଧିକ ହେଲାଣି କଂଗ୍ରେସ ସହ ରହିଛି।  କିନ୍ତୁ ଏବେ ତାଙ୍କୁ ଅଣଦେଖା କରାଯାଉଛି। କଂଗ୍ରେସ ଏକ ମୁଣ୍ଡବିହୀନ ଦଳ ବୋଲି ପ୍ରଫୁଲ୍ଲ ମାଝୀ ଅଭିଯୋଗ କରିଛନ୍ତି। 

Advertisment

ସୂଚନାଥାଉ କି, ଗତ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ନଭେମ୍ବର ୬ରେ ବିଜେଡିରେ ଯୋଗ ଦେଇଥିଲେ। ପ୍ରଦୀପଙ୍କ ପରେ ଆଉ ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ମାଝୀ ଦଳ ଛାଡ଼ିଛନ୍ତି।

Congress Prafulla Majhi Former MLA Prafulla Majhi
Advertisment
Advertisment