Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ହାତକୁ ବାନ୍ଧିଛି କିଏ?

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

author-image
Chandan Shishu
ଅଦ୍ୟତନ ହୋଇଛି
BJP Pressmeet

BJP Pressmeet

ସାଲେପୁର: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ସିଧାସଳଖ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି ଦଳ। ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା। ହେଲେ ମୁଖ୍ୟମନ୍ତ୍ରୀ, ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ବସି ତାଙ୍କୁ କ୍ଲିନ୍ ସାର୍ଟିଫିକେଟ୍ ଦେଇଛନ୍ତି। ସେହିପରି ମାହାଙ୍ଗା ଥାନା ଆଇଆଇସି କୋର୍ଟଙ୍କ ଆଦେଶ ଅବମାନନା କରିଚାଲିଛନ୍ତି। ପୁନଃ ତଦନ୍ତ ଓ ତିନି ଅଭିଯୁକ୍ତଙ୍କ ସିଡିଆର ଦେବାକୁ କୋର୍ଟଙ୍କ ଆଦେଶ ଅମାନ୍ୟ କରାଯାଇଛି। ଏସବୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ପାଇଁ। ପୋଲିସ ହାତକୁ କିଏ ବାନ୍ଧିଛି ବୋଲି ପ୍ରଶ୍ନ କରିଛନ୍ତି ସମୀର।

Advertisment

ରାଜ୍ୟ ସରକାର ଓ ଆଇନ ମନ୍ତ୍ରୀ ମାମଲାକୁ ରଫାଦଫା କରିବାକୁ ଚାହୁଁଥିବା ପ୍ରମାଣିତ ହୋଇଛି ବୋଲି ସେ ଦୋହରାଇଛନ୍ତି। ସେପଟେ ବିଜେପିର ଏହି ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା IICଙ୍କୁ ନୋଟିସ ହୋଇଛି। ଟାଇମ ପିଟିସନ ଖାରଜ କରି ଥାନାଧିକାରୀ ନିହାର ମହାନ୍ତିଙ୍କୁ ସୋ-କଜ୍ ନୋଟିସ୍ ପଠାଇଛନ୍ତି କୋର୍ଟ । ଆଇଆଇସିଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବ ସେନେଇ ଜଣାଇବାକୁ କୋର୍ଟ ନୋଟିସ ପଠାଇଛନ୍ତି।

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ ମଧ୍ୟ ମାଗିଥିଲେ । ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବାର ଥିଲା । କିନ୍ତୁ ପୋଲିସ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନକରି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା । ପର ମୁହୂର୍ତ୍ତରେ ପୁଣି ଥରେ ମାସେ ପାଇଁ ସମୟ ମାଗିଥିଲା ପୋଲିସ । ହେଲେ କୋର୍ଟ ଏଭଳି ଶୁଣାଣି କରିଛନ୍ତି । କୋର୍ଟ ସିଧାସଳଖ ଭାବେ ପୋଲିସର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment
Cuttack Odisha Police Mahanga Double Murder Case
Advertisment
Advertisment