ବ୍ରହ୍ମଚାରୀଙ୍କ ଗାଡ଼ିରୁ ବାହାରିଲା ବ୍ରାହ୍ମୀ ପତ୍ର । ଗାଡ଼ି ଯାଞ୍ଚ ବେଳେ ସାଂସଦଙ୍କ ଗାଡ଼ିରୁ ମିଳିଲା ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ
ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ ।
ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ ।
୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ । ଝାରପଡ଼ା ଜେଲ୍ରେ ନାଗ ଦମ୍ପତ୍ତିଙ୍କ ୨୦ ମିନିଟିଆ ଦେଖାସାକ୍ଷାତ ।
ରାଗିଗଲେ ମନ୍ତ୍ରୀ। ଦେଖାଇଲେ ଦବଙ୍ଗଗିରି ! ଗୁହାରି କହିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଲେ ଚାପୁଡା।
ରାଜୁ ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଂଚଲ୍ୟକର ଖୁଲାସା। କହିଛନ୍ତି, ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତି ଆଣିଥିବା ଅଭିଯୋାଗକୁ ନେଇ ଏବେ ହଇଚଇ। ଶୈଳେନ୍ଦ୍ର ଖୋଲାଖୋଲି କହିଛନ୍ତି, ରାଜେନ୍ଦ୍ର ଦାସଙ୍କ ଉପରେ ସେଦିନ ପ୍ରବଳ ଚାପ ପଡିଥିଲା
ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ।
ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍ ମ୍ୟାଚ୍ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ।
କିଏ ଜିତିବ ଧାମନଗର ବାଜି? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କଣ ରହିଛି ଧାମନଗରର ନିର୍ବାଚନୀ ମୁଦ୍ଦା? ଧାମନଗରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ନଈ ବଢି ।
ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।
ଦଳୀୟ ନେତା ଓ କର୍ମୀଙ୍କ ଦୁର୍ବଳ ମନୋବଳ, ବରିଷ୍ଠ ନେତାଙ୍କ ଦଳତ୍ୟାଗ, ଉଗ୍ର ଗୋଷ୍ଠୀ ବିବାଦ, ବଢ଼ୁଥିବା ଦଳୀୟ ଫାଟ । ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ।
ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ-IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଭୋଟ୍ ଭଦ୍ରକ ଜିଲ୍ଲାରେ, ଦବଦବା କିନ୍ତୁ ଯାଜପୁର ବିଜେଡି ନେତାଙ୍କର। ଧାମନଗର ବାଇଇଲେକ୍ସନରେ ପଡ଼ୋଶୀ ଜିଲ୍ଲା ବିଜେଡି ନେତାଙ୍କ ମାମଲାତି। ପ୍ରାର୍ଥୀ ବାଛିବାଠାରୁ ପ୍ରଚାର ମୈଦାନ ସବୁଠି ଲିଡ୍ ରୋଲ୍। ଚତୁର୍ମୁଖୀ ଲଢେଇକୁ ନେଇ ସରଗରମ ଧାମନଗର ରାଜନୀତି ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ହେବା ପରେ ରୋଚକ ମୋଡ଼ରେ ଲଢ଼େଇ।
ଯାଜପୁର ବିଜେଡି ନେତାଙ୍କ ଏଭଳି ଦବଦବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।
ମାତ୍ର ୩୦ବର୍ଷ ବୟସରେ ସେ ହୋଇଥିଲେ ବିଧାୟକ। ତା ପରେ ୧୧ଥର ନିର୍ବାଚନ ଜିତିଛନ୍ତି, ମାତ୍ର ଥରୁଟିଏ ହାରିଛନ୍ତି। ଭାରତୀୟ ରାଜନୀତିରେ ସେ ପୂରଣ କଲେଣି ୫୦ ବର୍ଷ।
ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏବେ ସେଠାରେ ଉପନିର୍ବାଚନ ହେବ। ଆଉ ଏ ଉପ ନିର୍ବାଚନ ପାଣିପାଗ ଫୁଲ୍ ଜମିଗଲାଣି। ବିଜେଡି ମହିଳା କାର୍ଡ ଖେଳିଥିବା ବେଳେ ରାଜୁ ଦାସଙ୍କୁ ଟିକେଟ୍ ନ ଦେଇ ଅଡୁଆରେ। ସେପଟେ ବାପାଙ୍କ ଆଶୀର୍ବାଦ ନେଇ ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂସୀ ସୂରଜ। ଦେଖନ୍ତୁ ଧାମନଗର ଧମାକା
ହେଇଟି ସୁର ଅଜା, ତେମେ ଆଉ ଏମିତି ଅଗଲ ବଗଲ କୁହନି। ନିରଞ୍ଜନ ସାଆରେ କହୁଛନ୍ତି ଗୋଟାଏ, ତମେ ପଛରେ ଠିଆ ହେଇ କହୁଛ ଆଉ ଗୋଟାଏ। ଯାଇଁଲ ସାର୍ କହୁଛନ୍ତି ଫାଟ ଅଛି, ତେମେ କହୁଛ ଫାଟ ନାହିଁ ? କି କଥା ଏଗୁଡ଼ା, ଲଜ୍ଜା…
ଖଡଗେ ସଭାପତି ହେବା ପରେ ତାଙ୍କ ଆଗରେ ଉଭୟ ସାଂଗଠନିକ ଓ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ୍ କୁହାଯାଉଛି, ସଭାପତି ହେବା ସତ୍ତ୍ୱେ ଗାନ୍ଧୀ ପରିବାର ଛାଇରୁ ବାହାରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ତ ଖଡଗେ?
ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀଙ୍କ ଉପରେ କଂଗ୍ରେସ କମାଣ ଦିଆଯାଇଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି । କିନ୍ତୁ ଭୋଟିଂ ଟ୍ରେଣ୍ଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍ ମିଳିଛି । ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ ।
ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।
ମଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି । ୯୩୮୫ ଭୋଟ୍ରୁ ଖଡ଼ଗେଙ୍କୁ ୭୮୯୭ ଭୋଟ୍ ମିଳିଥିବା ସୂଚନା । ୨୪ ବର୍ଷ ପରେ କଂଗ୍ରେସରେ ଅଣଗାନ୍ଧି ସଭାପତି । ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା