• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦ୍ମପୁରରେ ନବୀନଙ୍କ ଉପରେ ବର୍ଷିଲେ ସୁରେଶ ପୂଜାରୀ । ସୁଶାନ୍ତଙ୍କୁ ବି କଲେ ଟାର୍ଗେଟ୍‌ । ପ୍ରଶ୍ନ କଲେ, ୨୨ ବର୍ଷରେ ବରଗଡ଼ରେ କେତେ ଶିଳ୍ପ କରିଛ? କମ୍ପୁଛି ପଦ୍ମପୁର ପ୍ରତାର ମଇଦାନ । ବିରୋଧୀ-ଶାସକ ମୁହାମୁହିଁ । ନିର୍ବାଚନକୁ ଆଉ ମାତ୍ର ୨ ଦିନ ଥିବା ବେଳେ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି । ଏମିତିକି ନିର୍ବାଚନ ପ୍ରଚାରରେ ୨୨ ବର୍ଷ ଭିତରେ ନବୀନ ବାବୁ ବରଗଡ ଜିଲ୍ଲା ରେ କେତେ ଶିଳ୍ପ କରିଛନ୍ତି ସେନେଇ ଉତ୍ତର ଦେବାକୁ କହିଥିଲେ ବରଗଡ ସାଂସଦ ସୁରେଶ ପୂଜାରୀ ।

ଖାଲି ଏତିକି ନୁହେଁ ବରଂ ଯଦି ଗୋଟିଏ ବି ଶିଳ୍ପ କୋଉଠି କରିଛି ତେବେ ମୁଁ ମୁନା ପୁରୋହିତକୁ କହିବି ନିର୍ବାଚନରୁ ଓହରିଯିବାକୁ କହିଛନ୍ତି ସୁରେଶ । ମଂଚ ଉପରେ ମନଖୋଲା ବର୍ଷିଛନ୍ତି ସୁରେଶ । ଖାଲି ବର୍ଷିଛନ୍ତି ତାହା ନୁହେଁ ବରଂ ଶାସକ ଦଳ କେମିତି କାମ କରୁଛି ସେନେଇ ଫିଟାଇଛନ୍ତି ଗୁମର । କହିଛନ୍ତି, କେନ୍ଦ୍ର ସରକାର ୫ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଦେଇଛନ୍ତି । ଆଉ ତୁମେ ସବୁବେଳେ କେନ୍ଦ୍ରର ଯୋଜନାକୁ ନିଜ ନାଁରେ କରିନେଇ ଲୋକଙ୍କୁ ଭଣ୍ଡାଉଛ । ତୁମେ କୁହ ତୁମେ କଣ ଦେଲ? ଚାଷୀ ପାଇଁ କେନ୍ଦ୍ର ଟଙ୍କା ଦେଲା ସେଇଟାକୁ ବି ଖାଇଦେଲ ବୋଲି କଟାକ୍ଷ କରିଛନ୍ତି ସୁରେଶ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପଶିଲା କାଷ୍ଟ ପଲିଟିକ୍ସ ! ଫୋକସ୍‌ରେ ବିଂଝାଲ୍-ସହରା-କୁଲତା-ମେହେର-ତେଲି ସମାଜ

ସୁରେଶ କହିଛନ୍ତି ଯେ, କେନ୍ଦ୍ର ଦେଉଛି, ଓଡିଶା ସରକାର ଅଧା ଖାଇଦେଉଛି । ଏବେ ଭୋଟରଙ୍କ ପାଖରେ ବ୍ରହ୍ମାସ୍ତ୍ର ଅଛି । ୫ ତାରିଖରେ ସବୁ ସ୍ପଷ୍ଟ ହେବ । ଚାଷୀଙ୍କୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବି ବର୍ଷିଲେ । କହିଲେ, କେନ୍ଦ୍ର ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କା ଦେଉଛି ହେଲେ ରାଜ୍ୟ ଖାଇଦେଉଛି ବରଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାର କଥା କି ତାଙ୍କ ପାଇଁ ରାଜ୍ୟକୁ ଚାଷୀଙ୍କ ପାଇଁ ଅନେକ ଅନୁଦାନ ଆସିଛି । ଖାଲି ଏତିକି ନୁହେଁ ମଂଚରେ ଭୋଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣଙ୍କ ପାଖରେ ଅଛି ବ୍ରହ୍ମସ୍ତ୍ର । ଯଦି ଚଳେଇ ଦେବେ ନବୀନ ବାବୁଙ୍କ ସିଂହାସନ ଟଳମଳ ହେବ ।

ପଦ୍ମପୁରରେ ଆଉ ଦୁଇଦିନ ପରେ ପଡିବ ଭୋଟ୍‌ । ଆଉ ଏବେଠୁ ସରଗରମ ହେଲାଣି ରାଜନୀତି । ଆଉ ସୁରେଶ ଯେପରି ଭାବରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ତାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋର ଧରିଛି ଚର୍ଚ୍ଚା । ସେପଟେ ସୁରେଶଙ୍କ କଟାକ୍ଷରେ ଜବାବ ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । କହିଛନ୍ତି, ସୁରେଶ ବାବୁଙ୍କ ଘର ସମ୍ବଲପୁର । ସେ ବରଗଡରେ ରହୁଛନ୍ତି । କରୋନା ବେଳେ ତାଙ୍କର ଦେଖାନଥିଲା । ଏବେ ବାହାସ୍ଫୋଟ ମାରୁଛନ୍ତି । ନିଜ ଫଣ୍ଡରୁ କେତେ କୋଟି ଟଙ୍କା ଦେଇଛନ୍ତି ତାହାର ହିସାବ ଦିଅନ୍ତୁ ।

ତେବେ ନିର୍ବାଚନ ସମୟରେ ଶାସକଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହେବା ଘଟଣାକୁ ନେଇ ଖାଲି ପଦ୍ମପୁରରେ ନୁହେଁ ବରଂ ରାଜ୍ୟ ରାଜନୀତିରେ ବି ଜୋର ଧରିଛି ଚର୍ଚ୍ଚା ।