• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁରରେ ଘମାଘୋଟ ହେଉଛି ଲଢ଼େଇ । ଜୋରଦାର ହେଉଛି ପ୍ରଚାର । ସବୁଦଳ ଭୋଟରଙ୍କୁ ନିଜ ଆଡ଼କୁ କରିବା ପାଇଁ ପ୍ରାଣପଣେ କରୁଛନ୍ତି ଉଦ୍ୟମ । ତେବେ ବିଜେଡି ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରସୋରରେ ଚାଲିଥିବା ବେଳେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ପ୍ରଚାର ବେଳେ ଦେଇଛନ୍ତି ରୋଚକ ମନ୍ତବ୍ୟ ।

ସେ ସିଧାସଳଖ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ଟାର୍ଗେଟ କରି କହିଛନ୍ତି ସେ ବର୍ଷା ବରିହା ନୁହେଁ ସେ ବର୍ଷା ବଳିୟାରସିଂହ । କାରଣ ସେ ବରିହାର ଝିଅ ହେଲେ ବି ବଳିଆରସିଂହଙ୍କ ବୋହୂ । ଆମେ ତାଙ୍କୁ ବର୍ଷା ବରିହା କେମିତି କହିବା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

ଏହାସହ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତ ଭୋଜି ଖାଇନୁ; ବରିହା ଭୋଜି ଦେଇନି କି ବଳିୟାରସିଂ ବି ଦେଇନି । ଆମ ଜାତିର ବୋଲି ଆମେ ଜାଣିନୁ, ଆମେ ତ ଜାତି ଭୋଜି ଖାଇନୁ । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ ।

ଅନ୍ୟପଟେ ପ୍ରଚାର ବେଳେ ବର୍ଷା ବରିହା କାନ୍ଦିବା ଘଟଣାକୁ ନେଇ ମଧ୍ୟ ଜୋରଦାର କଟାକ୍ଷ କରିଛନ୍ତି ଜୁଏଲ୍ । ସେ କହିଛନ୍ତି ଝିଅ ବିଦା ହେଲା ବେଳେ କାନ୍ଦେ, ବର୍ଷା ବରିହା ବିଦା ହେଉଛନ୍ତି, ତେଣୁ କାନ୍ଦୁଛନ୍ତି ।

ଭିଡିଓରେ ଶୁଣନ୍ତୁ ଜୁଏଲଙ୍କ ପୁରା ଭାଷଣ..