• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିବ ପଦ୍ମପୁର । ଉପନିର୍ବାଚନ ପ୍ରଚାର ପାଇଁ ଆଜି ପଦ୍ମପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ, ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ତେବେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ ବସାଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମଂଜୁରୀ ଦିଅନ୍ତୁ ଏବଂ ପଦ୍ମପୁରକୁ ଜିଲ୍ଲା ଗଠନର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ସସ୍ମିତ ପାତ୍ର । ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ପଦ୍ମପୁର ବାସୀଙ୍କ ବିଶ୍ୱାସ ରହିଛି । ତେଣୁ ପଦ୍ମପୁର ଜିଲ୍ଲା ଗଠନ ନେଇ ରାତି ଅଧିଆ କ୍ୟାବିନେଟର କୌଣସି ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ: ପଦ୍ମପୁରରେ ନିର୍ଣ୍ଣାୟକ ହେବ କି କଂଗ୍ରେସ ଭୋଟ୍ ?

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୨୦୦୧ରେ ବରଗଡ଼ ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା । ତେଣୁ ତାଙ୍କର ଏହି ପ୍ରଚାର ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ପ୍ରଚାର ପାଇଁ ଗତକାଲି ରେଳ ଯୋଗେ ପଦ୍ମପୁର ଗସ୍ତରେ ଯାଇଥିଲେ ଅପରାଜିତା ।

 

ସେପଟେ ନବୀନଙ୍କ ଗସ୍ତ ପୂର୍ବରୁ ଟ୍ୱିଟ୍ କରି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । କହିଛନ୍ତି, ଏବେ ପଦ୍ମପୁର ଉପନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ମିଛ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ଭୋଟର ମିଛ ପ୍ରତିଶ୍ରୁତି ସଂପର୍କରେ ସବୁ ଜାଣିସାରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବାକଥା କହି ରାଜ୍ୟ ସରକାର । ମାତ୍ର ୪ହଜାର ଟଙ୍କା ପ୍ରଦାନ କରି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସେହିପରି ଚାଷୀଙ୍କ ଠାରୁ ୧୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବାକୁ କଥାଦେଇ ପରେ ଛଳନା କରିଛନ୍ତି ବୋଲି କହିଛନ୍ତି ସୂଯର୍ୟବଂଶୀ । ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ ସରକାର ଏଭଳି ମିଛ ପ୍ରତିଶ୍ରୁତି ଦେଇ ଆସୁଥିବା ସେ କହିଛନ୍ତି । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।