• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦ୍ମପୁରରେ ଭାଗ ଭାଗ ହେବ କି କଂଗ୍ରେସର ପକେଟ୍ ଭୋଟ ? ବିଜେଡି ନା ବିଜେପି କାହା ପାଖକୁ ଯିବ ଏହି ଭୋଟ୍ ? ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ୍ ନିର୍ଣ୍ଣାୟକ ହେବା ନେଇ ଚର୍ଚ୍ଚା କୁହାଯାଉଛି । ଏହି ଭୋଟ ଯେଉଁ ଦଳକୁ ଯିବ ତାର ବିଜୟ ସମ୍ଭାବନା ବଢିବ । ତେଣୁ କଂଗ୍ରେସର ପକେଟ୍ ଭୋଟକୁ ନେଇ ବିଜେଡିବିଜେପି ଭିତରେ ଚାଲିଛି ଟଣାଓଟରା ।

୨୦୧୪ରେ କଂଗ୍ରେସ ଏଠାରେ ୩୧ ହଜାର ୧୭୨ ଭୋଟ୍ ପାଇଥିବା ବେଳେ ୨୦୧୯ରେ ହାତେଇଥିଲା ୩୨ହଜାର ୬୪୩ ଭୋଟ୍ । ମାତ୍ର ରାଜ୍ୟରେ ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ନିଜ ଭୋଟବ୍ୟାଙ୍କ ହରାଉଛି । ପଦ୍ମପୁରରେ ମଧ୍ୟ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ସମ୍ଭାବନା କମ୍ । ଅନ୍ୟପକ୍ଷରେ ଗଲା ଦୁଇଟି ନିର୍ବାଚନରେ ଏଠାରେ ବିଜେଡି, ବିଜେପି ହାରଜିତ ବ୍ୟବଧାନ ପ୍ରାୟ ୫ ହଜାର ରହୁଥିଲା । ତେଣୁ ଏଥର କଂଗ୍ରେସ ଭୋଟ ଯେଉଁ ଦଳକୁ ଯିବ ତାର ପଲ୍ଲା ଭାରି ରହିବା ନିଶ୍ଚିତ ।

ଅଧିକ ପଢ଼ନ୍ତୁ: ‘ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି’ ! ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

ଏପଟେ କଂଗ୍ରେସ ଭୋଟ୍ ବ୍ୟାଙ୍କ ହରାଇବା ସମ୍ଭାବନାକୁ ଦେଖି ତତ୍ପର ବିଜେଡି ଓ ବିଜେପି କଂଗ୍ରେସ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଉଭୟ ଦଳ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଛନ୍ତି । ତେଣେ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂହ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ଭିତରେ ତିକ୍ତତା କାହାକୁ ଅଛପା ନୁହେଁ । ତେଣୁ ଯଦି କଂଗ୍ରେସ ଭୋଟ ବିଭାଜିତ ହୁଏ, ତେବେ ଏହା ବରିହା ପରିବାରକୁ ଯିବା ସମ୍ଭାବନା କମ୍ । ସେ କ୍ଷେତ୍ରରେ ବିଜେପିକୁ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଛି ।

ତିନି ତିନି ଥରର ବିଧାୟକ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ଜଣେ ଟାଣୁଆ ନେତା । ତେଣୁ ପଦ୍ମପୁରରେ ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେବେ ଏଥର ସେ ନିଜ ୩୦ ହଜାର ଭୋଟ ବଜାୟ ରଖିପାରିବେ ତ, ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ କଂଗ୍ରେସକୁ ଖାଉଥିବା ଗୋଷ୍ଠୀ କନ୍ଦଳ ପଦ୍ମପୁରରେ ବି କିଛି କମ୍ ନୁହେଁ । ଏମିତିକି ପଦ୍ମପୁରରେ କଂଗ୍ରେସ ଗୋଟିଏ ଗୋଷ୍ଠୀ ଭିତିରିଆ ବିଜେପିକୁ ସମର୍ଥନ କରୁଥିବା ବେଳେ ଆଉ ଏକ ଗୋଷ୍ଠୀ ବିଜେଡିକୁ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ କଂଗ୍ରେସକୁ ଭୋଟ ଦେବା ଯାହା ବିଜେଡିକୁ ଜିତେଇବା ତାହା ବୋଲି ଗତକାଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ କଂଗ୍ରେସ ଭୋଟ ବିଭାଜନର କୌଣସି ସମ୍ଭାବନା ନାହିଁ ବରଂ ବିଜେପି ଓ ବିଜେଡି ଭୋଟ ଦଳକୁ ଆସିବ ବୋଲି ଦୃଢୋକ୍ତି କରିଛନ୍ତି ଦଳୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

କଂଗ୍ରେସ ପଦ୍ମପୁରରେ ପ୍ରଚାର କରୁଥିଲେ ମଧ୍ୟ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ସେତେଟା ଉତ୍ସାହ ନାହିଁ । ତେଣୁ ଏଠାରେ କଂଗ୍ରେସ ସ୍ଥିତି କଣ ହେଉଛି ଓ କେଉଁ ଦଳ କଂଗ୍ରେସ ଭୋଟ ବିଭାଜନର ପାଇଦା ପାଉଛି । ତାହା ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।