Advertisment

ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Padampur Bypoll

CM Naveen Patnaik Targets Central Govt Over Railway Project In Padampur

ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପଦ୍ମପୁରର କେଉଁ ଗାଁ ଦେଇ ଟ୍ରେନ୍ ଯିବ, କେଉଁଠି ଷ୍ଟେସନ୍ ହେବ ? କେତେ ଗାଁରେ କେତେ ଜମି ଯିବ ଏହାର ସର୍ଭେ ହୋଇଛି କି ? ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳେ ଭିଡିଓ ବାର୍ତ୍ତାରେ ଏଭଳି କିଛି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଆଡ଼କୁ ବଲ୍‌ ଫିଙ୍ଗିଥିଲେ। ଏପରିକି ‌ଆଜି ଜମି ଦେଲେ ପହର ଦିନ କାମ ହେବ ବୋଲି ରେଳ ମନ୍ତ୍ରୀ କହିଥିଲେ। ଏହାର ଜବାବ ରଖି ନବୀନ ପ୍ରଶ୍ନ କରିଛନ୍ତି, ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଖାଲି ଏତିକି ନୁହେଁ, ପଦ୍ମପୁରବାସୀଙ୍କୁ କାହିଁକି ମିଛ କହୁଛନ୍ତି ବୋଲି ନବୀନ ଦୋହରାଇଛନ୍ତି।

ଅଧିକ ପଢ଼ନ୍ତୁ: ଉଠୁଛି ପଡ଼ୁଛି ପଦ୍ମପୁର; ବିଜେଡି ସୁପ୍ରିମୋ କହିଲେ, ମୁଁ କଥାରେ ନୁହଁ...

Advertisment

ସେହିପରି ଆଜି କେନ୍ଦୁପତ୍ର ପ୍ରସଙ୍ଗକୁ ବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ।  କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲଗାଇଛନ୍ତି। ହେଲେ ସୁନାରେ ମାତ୍ର ୩% ଜିଏସ୍‌ଟି ରହିଛି। ବିଜେପି କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

CM Naveen Patnaik padmapur-bypoll
Advertisment
Advertisment