• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶର ବିଧାୟକଙ୍କ ସମ୍ପତ୍ତି ୫୪ ହଜାର କୋଟି ଟଙ୍କାରୁ ଅଧିକ । ଯାହାକି ଦେଶର ୩ ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମର ବାର୍ଷିକ ବଜେଟ ଅଟକଳଠାରୁ ମଧ୍ୟ ଢେର ଅଧିକ । ଦେଶରେ ସମସ୍ତ ରାଜ୍ୟର ବିଧାୟକଙ୍କ ସମ୍ପତ୍ତି ନେଇ ଏହି ରିପୋର୍ଟ ପ୍ରକାଶ କରିଛି ADR । 

ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ୩ ରାଜ୍ୟର ବଜେଟ ଥିଲା ୪୯ ହଜାର ୧୦୩ କୋଟି । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ ଏବଂ ନ୍ୟାସନାଲ୍ ଇଲେକସନ୍ ୱାଚ୍ ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ନାଗାଲାଣ୍ଡର ବଜେଟ ଥିଲା ୨୩ ହଜାର ୮୬ କୋଟି, ସେହିଭଳି ମିଜୋରାମର ବଜେଟ ଥିଲା ୧୪ ହଜାର ୨୧୦ କୋଟି ଓ ସିକ୍କିମର ବଜେଟ ଥିଲା ୧୧ ହଜାର ୮୦୭ କୋଟି । ୮୪ଟି ବିଭିନ୍ନ ରାଜନୈତିକ ଦଳ ଓ ନିର୍ଦ୍ଦଳୀୟ ବିଧାୟକଙ୍କୁ ମିଶାଇ ମୋଟ ୪୦୦୧ ବିଧାୟକଙ୍କ ସମ୍ପତ୍ତିର ଏହି ଆକଳନ ଦେଇଛି ADR।