• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିର ଦିନରେ ନିର୍ବାଚନ ହେଲେ ଦେଶରେ ସରକାର ଗଢ଼ିବ ଏନଡିଏ । ନରେନ୍ଦ୍ର ମୋଦୀ ପୁଣି ହୋଇପାରନ୍ତି ଦେଶର ପ୍ରଧାନମନ୍ତ୍ରୀ । ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ଅନୁଯାୟୀ, ଲୋକସଭା ନିର୍ବାଚନରେ ଏନଡିଏକୁ ୩୧୮ ଆସନ ମିଳିପାରେ । ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି । ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୫୦ଟି ଆସନ ମିଳିପାରେ ।

ଏସବୁ ଭିତରେ ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି । ଏବେ ସର୍ଭେ ଆକଳନକୁ ନେଇ ତେଜିଛି ରାଜନୀତି । ବିଜେଡି-ବିଜେପି ମଧ୍ୟରେ କଥା କଟାକଟି ହୋଇଛନ୍ତି ।

୨୦୨୪ ଲୋକସଭା ନିର୍ବାଚନ ୨୦୧୪ ଭଳି ହେବ ବୋଲି କହିଛି ବିଜେଡି । ବିଜେଡି ୨୦ଟି ଲୋକସଭା ସିଟ ନେବ ଓ ଗୋଟିଏ ସିଟ ବିଜେପି ବା କଂଗ୍ରେସ ନେବେ । ଏହା ସହ ୨୦୨୪ରେ ବିଜେଡି ପୁଣି ରାଜ୍ୟରେ ସରକାର ଗଢିବ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି ।

ଆଗାମୀ ଦଶ ମାସରେ ମହାନଦୀ ଓ ସୁବର୍ଣ୍ଣରେଖାରେ ବହୁତ ପାଣି ବହିବ । ସମୟ ବହୁତ ଅଛି । ସର୍ଭେ କାମ କରିବାକୁ ଉତ୍ସାହିତ କରିଛି, ଆମେ ଆଗକୁ ଯିବୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓପିନିୟନ ପୋଲକୁ କପୋଳକଳ୍ପିତ କହିଛି ରାଜ୍ୟ କଂଗ୍ରେସ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, '୧୯୯୫ରେ ଓଡ଼ିଶାରେ ବିଜୁ ବାବୁଙ୍କ ସରକାର ହେବ ରିପୋର୍ଟ କହିଥିଲା । ହେଲେ ୧୯୯୫ରେ କଂଗ୍ରେସ ସରକାରକୁ ଫେରିଥିଲା । ୨୦୨୪ରେ ବି ସେଇଆ ହେବ, ୧୦ରୁ ୧୨ ସିଟ୍‌ କଂଗ୍ରେସ ଜିତିବ ବୋଲି ଶରତ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now