Advertisment

ଜବ୍ ସ୍କାମକୁ ନେଇ ଅଡୁଆରେ ସରକାର, ହରଡ଼ଘଣାରେ OSSC

ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ । ତେଜିଲା ସିବିଆଇ ତଦନ୍ତ ଦାବି । ବର୍ଷାରେ ଭିଜି ପରୀକ୍ଷାର୍ଥୀଙ୍କ ପ୍ରତିବାଦ । ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

job scam

ULB ଆକାଉଣ୍ଟାଣ୍ଟ ଓ ଜେଇ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ତଦନ୍ତ ଦାବି ଜୋର୍ ଧରିବା ପରେ ଅକଳରେ ସରକାର। ତେଜୁଛି ଅସନ୍ତୋଷ। ବର୍ଷାରେ ଭିଜି ପରୀକ୍ଷାର୍ଥୀ କଲେ ପ୍ରତିବାଦ। ଲୋୟର PMGଠୁ ନେଇ OSSC ଅଫିସ। ପ୍ରଶ୍ନପତ୍ର ଲିକ୍ ମାମଲାରେ CBI ତଦନ୍ତ ସହ ସରକାରୀ ନିଯୁକ୍ତିରେ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି ହୋଇଛି।...

Advertisment

ସେପ୍ଟେମ୍ବର ୩ରେ ବାତିଲ ହୋଇଥିବା ଜେଇ ସିଭିଲ ମେନ୍ ପରୀକ୍ଷା ପୁଣି ଥରେ ହେବ । ହେଲେ ରାଜରାସ୍ତାରେ ପରୀକ୍ଷାର୍ଥୀ। ବର୍ଷାକୁ ବି ଖାତିର ନାହିଁ । ଦାବି- ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାର ସିବିଆଇ ତଦନ୍ତ ହେଉ । ଚାକିରି ବିକ୍ରି ନ ହେଉ । ୩ ତାରିଖ ଥିବା ମେନ ପରୀକ୍ଷାର ସ୍ୱଚ୍ଛତାର ସହ ହେଉ। OSSC ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପାଇଁ ଅଡି ବସିଥିଲେ ପରୀକ୍ଷାର୍ଥୀ।

ବର୍ଷାରେ ଭିଜି ଭିଜି ଘଣ୍ଟା ଘଣ୍ଟାର ପ୍ରତିବାଦ ପରେ ବି ଅଧ୍ୟକ୍ଷ ପରୀକ୍ଷାର୍ଥୀଙ୍କ ପାଖକୁ ତ ଆସିନଥିଲେ, ଖାଲି ଭିଡିଓ କଲ୍ ମାଧ୍ୟମରେ ଗୋଟିଏ ମିନିଟ ପାଇଁ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଶୁଣି ବିଚାର କରାଯିବ ବୋଲି କହିଥିଲେ। ଏହାପରେ ବି ଅସନ୍ତୋଷ ପ୍ରକାଶ କରିଥିଲେ ପରୀକ୍ଷାର୍ଥୀମାନେ। ସେମାନଙ୍କ ଅଭିଯୋଗ ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC ଷ୍ଟାଫଙ୍କ ହାତ ରହିଛି।

Advertisment

ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ହିଁ ଜବ୍ ସ୍କାମ ବନ୍ଦ ହେବ। ଏହା ସହ ପୂରା ଘଟଣାରେ ସରକାରଙ୍କ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ। ତେବେ ଖାଲି OSSC କାର୍ଯ୍ୟାଳୟରେ ନୁହେଁ ଲୋୟର ପିଏମଜିରେ ବି ଦେଖିବାକୁ ମିଳିଥିଲା ପରୀକ୍ଷାର୍ଥୀଙ୍କ ତୀବ୍ର ପ୍ରତିବାଦ। ସରକାରୀ ନିଯୁକ୍ତିରେ ଏକାଧିକ ପରୀକ୍ଷାରେ ହୋଇଥିବା ତ୍ରୁଟି ବିରୋଧରେ ବ୍ୟବସ୍ଥାରେ ପରିବର୍ତ୍ତନ ଦାବF କରିଥିଲେ ପରୀକ୍ଷାର୍ଥୀ।

ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିଛି ରାଜ୍ୟ ରାଜନୀତି। ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ। କଂଗ୍ରେସ ନେତା ବିଜୟ ପଟନାୟକ ଆଜି ଲୋୟର ପିଏମଜିରେ ପରୀକ୍ଷାର୍ଥୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହା ସହ ଅଭିଯୋଗ କରିଛନ୍ତି ସରକାର ଜାଣି ଜାଣି କମ୍ ନିଯୁକ୍ତି ବାହାର କରୁଛନ୍ତି ସେଥିରେ ପୁଣି ଜବ ସ୍କାମ କରୁଛନ୍ତି। ବିଜେପିର ଅଭିଯୋଗ ପ୍ରଶ୍ନପତ୍ର ଲିକ୍ ପଛରେ OSSC କର୍ତ୍ତୃପକ୍ଷ। ତେବେ ଏନେଇ ରାଜ୍ୟ OSSC କର୍ତ୍ତୃପକ୍ଷ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

Job Scam OSSC
Advertisment
Advertisment