Advertisment

୨୪ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ! ଦୁର୍ଘଟଣାରେ ମଲେ ମିଳିବ ୪ ଲକ୍ଷ

ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।

author-image
Satyendu Shekher Mishra
undefined

Naveen Patnaik

ରାଜ୍ୟ ସରକାରଙ୍କ ଆଉ ଏକ ନିର୍ବାଚନୀ ଫନ୍ଦି। ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କ ଅସନ୍ତୋଷ ଦୂର କରିବାକୁ ଉଦ୍ୟମ। ରାଜ୍ୟ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଯୋଜନାରେ ଆଉ ୫୦ ବର୍ଗଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଦରଜୀ, ବୁଣାକାର, ବାରିକ, ମହାରଣା, ମତ୍ସ୍ୟଜୀବୀ, କମାର, କୁମ୍ଭାର ଓ ଇଲେକ୍ଟ୍ରିସିଆନ।

Advertisment

ଏପରିକି ଜରି ଗୋଟାଳି, ମାଂସ କଟାଳି, ଲଣ୍ଡ୍ରୀ, ଡେଲିଭରି ବୟ, ପାଇପ ମିସ୍ତ୍ରୀ, ୱେଲ୍ଡିଂ, ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକଙ୍କୁ ବି ସାମିଲ କରାଯାଇଛି ଏହି ଯୋଜନାରେ। ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଏମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ। ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଦେବେ ସରକାର।

ପୂର୍ବରୁ ବୁଲାବିକାଳି, ଛୋଟ ଦୋକାନୀ, ଘରୋଇ ସହାୟକ, ରିକସାବାଲା, ଅଟୋ ଡ୍ରାଇଭରଙ୍କ ପରି ୧୦ଟି ବର୍ଗର ୩ ଲକ୍ଷ ୬୫ ହଜାର ପଂଜୀକୃତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ମାରାଥନ୍ ଘୋଷଣା କରିଚାଲିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ କିଛି ଦିନ ତଳେ ରାଜ୍ୟ ସରକାର ଆଣିଛନ୍ତି 'ଆମ ଓଡିଶା ନବୀନ ଓଡ଼ିଶା' ସ୍କିମ୍। ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବା ବ୍ୟବସ୍ଥା ରହିଛି। ଏହି ଯୋଜନାରେ ଧାର୍ମିକ ସ୍ଥାନର ଉନ୍ନତୀକରଣ, ଯୁବପିଢିଙ୍କୁ କ୍ରୀଡ଼ା ଉପକରଣ ବଣ୍ଟାଯିବ।

ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନା ହେଉ ଅବା ଚାଷୀଙ୍କ ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ଛାଡ଼, କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା, ପଶ୍ଚିମ ଓଡ଼ିଶା ମୁଖ୍ୟମନ୍ତ୍ରୀ ସଭାଗୃହ ଯୋଜନା, କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଏଭଳି ଅନେକ ଯୋଜନା ଆଣିଛନ୍ତି । ଅର୍ଥାତ୍ ଭୋଟ୍ ପୂର୍ବରୁ ସବୁ ବର୍ଗ ପାଇଁ କିଛି ନା କିଛି ଘୋଷଣା କରାଯାଇଛି। ଯାହାକୁ ନିର୍ବାଚନୀ ସ୍କିମ ବୋଲି ଅଭିଯୋଗ କରିଛି କଂଗ୍ରେସ୍। ବିଜେପି କହିଛି, ଆଜିର ଘୋଷଣା ଦ୍ୱାରା ନବୀନ, ନିଜ ଉପରୁ ଭରସା ତୁଟାଇ ବୀମା କମ୍ପାନୀ ଉପରେ ଅଧିକା ଭରସା ଦେଇଛନ୍ତି ।;

ରାଜ୍ୟ ସରକାର ଯେଭଳି ଗୋଟିଏ ପରେ ଗୋଟିଏ ନୂଆ ସ୍କିମ୍ ଘୋଷଣା କରୁଛି ସେଥିରୁ ଚର୍ଚ୍ଚା ହେଉଛି, ବିଜେଡି ବିଧାନସଭା ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବ ନାହିଁ ତ ?

Naveen Patnaik BJD Odisha Politics
Advertisment
Advertisment