Advertisment

ମୋଦି ସରକାରକୁ କାହିଁକି ସମର୍ଥନ କଲା BJD ? ଏବେ ହରଡ଼ ଘଣାରେ..!

ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ  ।

author-image
Satyendu Shekher Mishra
undefined

Odisha Politics, BJD-BJP

ମୋଦି ସରକାରକୁ ଖୋଲାଖୋଲି ସମର୍ଥନ ଘୋଷଣା ପରେ ଅଡୁଆରେ ବିଜେଡି । ଦଳର ଆଭିମୁଖ୍ୟକୁ କଡ଼ା ଭାଷାରେ ବିରୋଧୀଙ୍କ ନିନ୍ଦା । ଜାତୀୟ ସ୍ତରରେ ବି ବିଜେଡିକୁ ବିରୋଧୀ ମେଣ୍ଟର ଟାର୍ଗେଟ୍ । କେଉଁ ବାଧ୍ୟବାଧକତାରୁ ବିଜେଡି ସମର୍ଥନ କଲା, ସେନେଇ ଉଠିଲା ପ୍ରଶ୍ନ ।

Advertisment

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍‌କୁ ଖୋଲାଖୋଲି ସମର୍ଥନ ଘୋଷଣା ପରେ ଜାତୀୟ ରାଜନୀତି ହଲ୍ ଚଲ୍। ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା, କାହିଁକି ମୋଦି ସରକାରକୁ ଆଖିବୁଜି ସପୋର୍ଟ କଲା ବିଜେଡି ? ସମଦୂରତା କଥା କହୁଥିବା ବିଜେଡି ଏଭଳି କରିବା ପଛର କାରଣ କଣ ? କୌଣସି ଚାପ ନା ଅନ୍ୟ କିଛି କାରଣ ରହିଛି ?

ଦିଲ୍ଲୀ ସେବା ବିଲ୍ ସଂଘୀୟ ବ୍ୟବସ୍ଥାର ବିରୁଧାଚରଣ କରୁଥିବା ଅଭିଯୋଗ ହେଉଥିବା ବେଳେ କାହିଁକି ବିଜେଡିର ସମର୍ଥନ ? ଏଭଳି କିଛି ପ୍ରଶ୍ନ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ ମେଣ୍ଟର ପ୍ରମୁଖ ଦଳ। ଆପ୍, କଂଗ୍ରେସ୍ ଓ ଶିବସେନା- ଉଦ୍ଧବ ଗୋଷ୍ଠୀ ବିଜେଡି ଉପରେ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରିଛି, ସମ୍ବିଧାନ ବିରୋଧୀ ବିଲକୁ କାହିଁକି ବିଜେଡି ସମର୍ଥନ କଲା, କଣ ବାଧ୍ୟବାଧକତା ଅଛି ? ଯେଉଁମାନେ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି ସେମାନେ ରାଷ୍ଟ୍ର ବିରୋଧୀ ବୋଲି କହି କଡ଼ା ସମାଲୋଚନା କରିଛି ଆପ୍।

Advertisment

ସେପଟେ କେଉଁ ମେରିଟ୍‌ରେ ବି ଜେଡି ସମର୍ଥନ କଲା ବୋଲି କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ପ୍ରଶ୍ନ କରିଛନ୍ତି। ଶିବସେନା- ଉଦ୍ଧବ ଗୋଷ୍ଠୀର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଦିଲ୍ଲୀ ଭଳି ସ୍ଥିତି ଆଗକୁ ଅନ୍ୟ ରାଜ୍ୟର ବି ହେବ। ତେଣୁ ସେମାନେ ଏହି ବିଲ୍‌କୁ ବିରୋଧ କରିବା କଥା।

ସେପଟେ ବିଜେଡିର ନିଷ୍ପତ୍ତିକୁ ନେଇ ରାଜ୍ୟ ରାଜନୀତିରେ ବି କଂପନ। କାରଣ ଏଠି ବିଜେପି ସହ ଲଢ଼େଇ କରୁଛି ବିଜେଡି। କଂଗ୍ରେସ ସିଧାସଳଖ ଉଭୟ ବିଜେପି ଓ ବିଜେଡିକୁ ନିଶାନା କରି କହିଛି, CBI ଓ ED ଭୟରେ ବିଜେଡି ମୋଦି ସରକାରକୁ ସମର୍ଥନ ଦେଇଛି । ଏଣେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ବିଜେଡି କାହିଁକି ସମର୍ଥନ ଦେଲା ତାଙ୍କୁ ପଚାରନ୍ତୁ । ସେପଟେ ବିଜେଡି କହିଛି ଦଳ କାହାକୁ ଭୟ କରେନି। ଏହା ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ।

ବିଜେପି ସରକାରକୁ ବିଜେଡିର ଖୋଲା ସମର୍ଥନ ପରେ ବଦଳିବ କି ବିଜେପି-ବିଜେଡି ରାଜନୈତିକ ସମୀକରଣ? ନିଜର ସମଦୂରତା ନୀତି ବଦଳାଉଛି କି ବିଜେଡି? ବିଜେଡିର ଏଭଳି ନିଷ୍ପତ୍ତି ରାଜ୍ୟ ବିଜେପିକୁ ଅଡୁଆରେ ପକାଉନାହିଁ କି ? ନା ସମର୍ଥନ ପଛରେ ବିଜେଡି କିଛି ଡିଲ୍ କରିଛି, ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।

BJD BJP Congress Odisha Politics
Advertisment
Advertisment