ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
ନିଜସ୍ୱ ସ୍କିମ୍ ମାଧ୍ୟମରେ ଭୋଟ୍ ଟାଣିବାକୁ ବିଜେଡିର ଉଦ୍ୟମ । ଏଣିକି କେନ୍ଦ୍ର ଅବହେଳା ନୁହେଁ ବରଂ ବିକାଶର ବାର୍ତ୍ତା ନେଇ ଲଢିବ ଦଳ
ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।
ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ କି ?
ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।
୨୦୨୪ରେ ବି ଲାଲକିଲ୍ଲା ପ୍ରାଚୀରରୁ ବଖାଣିବି ଦେଶର ଉପଲବ୍ଧି..
କିଏ ସେହି ଅତିଥି..ଯିଏ ସ୍ୱାଧୀନତା ଦିବସରେ ଉପସ୍ଥିତ ନରହି..ବାର୍ତ୍ତା ପଠାଇ ଦେଇଥିଲେ ..
ରାଜ୍ୟରେ ହେବ ଆଗୁଆ ଭୋଟ୍ ? ବିଜେଡି ଓ ବିଜେପି ମଧ୍ୟରେ ବାକ୍ୟଯୁଦ୍ଧ.. ସାଂଗଠନିକ ସ୍ତରରେ ବିଜେଡିର ବ୍ୟାପକ ପ୍ରସ୍ତୁତି ଓ ଲୋଭନୀୟ ସ୍କିମକୁ ନେଇ ସବୁଠି ଚର୍ଚ୍ଚା..
ତ୍ରିରଙ୍ଗା ଧରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ।
ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ?
ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ
ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ।
ବିଜେଡ଼ି ସରକାର ବିରୋଧରେ ଦୁର୍ବାର ଲଢେଇ ପାଇଁ କେମିତି କାର୍ଯ୍ୟକାରୀ ହେବ ଶାହଙ୍କ ଟାସ୍କ । କୋଣାର୍କ କର୍ମଶାଳାରେ ବିଜେପିର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ୪ କେନ୍ଦ୍ରମନ୍ତ୍ରୀ । ଅର୍ଜୁନ ମୁଣ୍ଡା କହିଲେ ମେଣ୍ଟ ନୁହେଁ, ଏକାକୀ ଲଢିବୁ
ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ମଧ୍ୟ ୨୪ ନିର୍ବାଚନ କଂଗ୍ରେସ ଟିକେଟ୍ରୁ ଲଢିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି ।
୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ । ଦକ୍ଷିଣ ଓଡ଼ିଶାରୁ ମିଶନ ଆରମ୍ଭ, ଦଳ ଛାଡ଼ିଥିବା ପୁରୁଖା ନେତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ । ତେଣେ ସୁର କହିଲେ, ମୋ ଯାଗାରେ ହାତଚିହ୍ନରେ ଲଢ଼ିବ ସାନପୁଅ, ଝୁଲାଇ ରଖିଲେ ବଡ଼ପୁଅ କଥା
'ରାଜ୍ୟରେ BJPର ସ୍ଥିତି ଭଲ, ୨୦୨୪ରେ ଭଲ କରିବ'
ବାଲିଆପାଳ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟଙ୍କ ସ୍ୱାମୀ ମୁହାଁମୁହିଁ
୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ୧୪ଶହରୁ ୧୫ ଶହ ଚାଟାର୍ଡ ଆକାଉଣ୍ଟାଣ୍ଟ, ACCOUNTING କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ୍ ମାନେ ରହିବେ ।
ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି।
ମେଣ୍ଟ, ବୁଝାମଣା ନା ଫ୍ରେଣ୍ଡଲି ମ୍ୟାଚ୍ । ବଢୁଥିବା ଶଙ୍ଖ-ପଦ୍ମ ମଧୁର ସଂପର୍କ ଭିତରେ ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର, କହିଲେ ୨୪ରେ ରାଜ୍ୟରେ ଏକାକି ସରକାର ଗଢ଼ିବ ବିଜେପି । ହେଲେ ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା-କର୍ମୀ
ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।
ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।
‘ମୋଦି ହଟାଅ, ଦେଶ ବଞ୍ଚାଅ...ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’। ଏହି ନାରା ଦେଇ ଆନ୍ଦୋଳନ ଡ଼ାକରା ଦେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ୧୭ ରାଜନୈତିକ ଦଳ।
ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୁର ପ୍ରୟାସ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି । ସ୍ପୋର୍ଟ୍ସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ..
କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି।