/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694445622.jpg)
Naveen T-shirt
ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପିନ୍ଧିଛନ୍ତି ନବୀନଙ୍କ ଫଟୋ ଥିବା ଟି-ସର୍ଟ । ଏସପି ବି.ଗଙ୍ଗାଧରଙ୍କ ଟି-ସର୍ଟରେ ବି ନବୀନଙ୍କ ଫଟୋ । ଗତକାଲି ବାରିପଦାରେ ‘ଆଦି ରନ୍’ ମାରାଥନ୍ ବେଳେ ଏଭଳି ଦୃଶ୍ୟ ସୋସିଆଲ୍ ମିଡିଆରେ ଘୂରି ବୁଲିବା ପରେ ତେଜିଛି ରାଜନୀତି । ବିରୋଧୀ ବି ଆଜି ସିଧାସଳଖ ଉଭୟଙ୍କୁ ଘେରିଛନ୍ତି ।
ଫଟୋକୁ ଟ୍ୱିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇବା ସହ ଅଫିସରଙ୍କ ଆଚରଣର ଅଧଃପତନ ହେଲାଣି ବୋଲି ଅଭିଯୋଗ ଆଣିଛନ୍ତି । ଏମିତିକି କିଛି ଅଫିସର ସମ୍ବିଧାନ ବାହାରକୁ ଯାଇ କାମ କରୁଛନ୍ତି ଓ ୫ରୁ ୬ ଜଣ ବିଜେଡି ନେତା ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅପରାଜିତା କହିବା ସହ ସେମାନଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି। ବିରୋଧୀଦଳ ମୁଖ୍ୟ ସଚେତକ ବି ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି ସେଠି ବିଜେଡି ଜିଲ୍ଲା ସଭାପତି ଓ ସଂପାଦକ ଭଳି କାର୍ଯ୍ୟ କରୁଥିବା ଆକ୍ଷେପ କରିଛନ୍ତି। ତେଣେ କଂଗ୍ରେସ କହିଛି ଅଫିସରଙ୍କ ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କଲାଣି।
ସେପଟେ ନବୀନଙ୍କ ଫଟୋ ଥାଇ ଟି ସାର୍ଟ ପିନ୍ଧିବା ଘଟଣାରେ ମୁହଁ ଖୋଲି ସଂକ୍ଷିପ୍ତ ପ୍ରତିକ୍ରିୟାରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ କହିଛନ୍ତି, ତାହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା।
ସେହିଭଳି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନଥିଲା। ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବାରେ ଅସୁବିଧା କେଉଁଠି ।
ସେପଟେ ଖଣିବହୁଳ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାପାଳ ୫ବର୍ଷରୁ ଅଧିକ ସମୟ ଧରି ରହିଥିବାରୁ ଉଠିଛି ପ୍ରଶ୍ନ । ତେଣେ ପୂର୍ବତନ ମୁଖ୍ୟଶାସନ ସଚିବ ବି ଜଣେ ଅଫିସର ଦୀର୍ଘଦିନ ଗୋଟିଏ ଜିଲ୍ଲାରେ ଜିଲ୍ଲାପାଳ ରହିବା ସର୍ଭିସ୍ ରୁଲ୍ ଉଲ୍ଲଂଘନ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)