Advertisment

ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ

ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।

author-image
Satyendu Shekher Mishra
Student Election

Student Election

କେତେବେଳେ ଘଣ୍ଟ ପିଟି ପ୍ରତିବାଦ । ତ ପୁଣି କେତେବେଳେ ଗଣତାନ୍ତ୍ରିକ ଅଧିକାର ଫେରି ପାଇବାକୁ କଲେଜ କ୍ୟାମ୍ପସରୁ ବିଭାଗୀୟ ମନ୍ତ୍ରୀ.. ଏମିତିକି, ନବୀନ ନିବାସ ଯାଏଁ ଯାତ୍ରା, ଛାତ୍ରଛାତ୍ରୀଙ୍କ ହଲ୍ଲାବୋଲ୍..ଘେରାଉ ଉଦ୍ୟମ। ହେଲେ କିଛି ଶୁଣିଲେନି ସରକାର।

Advertisment

କ୍ୟାମ୍ପସରେ ନିର୍ବାଚନଜନିତ ବିଶୃଙ୍ଖଳା ଓ ଅନ୍ୟ କାରଣ ପାଇଁ 5 ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଏଥର ବି ହେବନି।... ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନଥିବାରୁ ଇଲେକ୍ସନ୍ ହେଉ ନଥିବା ସ୍ପଷ୍ଟ ହେବା ପରେ ବିଭିନ୍ନ ଛାତ୍ର ସଂଗଠନର ତୀବ୍ର ବିରୋଧ। ପ୍ରତିବାଦରେ କ୍ୟାଲେଣ୍ଡରକୁ ଜାଳିବାକୁ ବି ପଛାଇ ନାହାନ୍ତି ଛାତ୍ରନେତା।

୨୪ ଘଣ୍ଟା ଭିତରେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ନିଷ୍ପତ୍ତି ନନେଲେ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଛାତ୍ର କଂଗ୍ରେସ ଘୋଷଣା କରିଥିଲା ବେଳେ ବିଜେପି ଯୁବମୋର୍ଚ୍ଚା ବି ନିଜ ଆଭିମୁଖ୍ୟକୁ ଆହୁରି ଶାଣିତ କରିଛି। କ୍ୟାମ୍ପସରୁ ଛାତ୍ରନେତା ବାହାର କରି ନଦେବା ଏବଂ କ୍ୟାମ୍ପସରେ ଠିକା କାମ କରିବା ଲାଗି ବିଜେଡିର ଏହା ଚକ୍ରାନ୍ତ ବୋଲି ଅଭିଯୋଗ କରି ନିର୍ବାଚନ କରାଇବାକୁ ସଂଗଠନ କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି।

Advertisment

ସେହିପରି AISF ମଧ୍ୟ ନିର୍ବାଚନ ଦାବିରେ ଆସନ୍ତା ୧୬ ତାରିଖରେ ବିଧାନସଭା ଘେରାଉ ପାଇଁ ଚେତାବନୀ ଦେଇଛି। ତେବେ ଛାତ୍ର ବିଜେଡି କହିଛି- ଲିଙ୍ଗଡ଼ୋ କମିଶନ ନିୟମ ସବୁଠି ଉଲ୍ଲଂଘନ ହେଉଥିବାରୁ କଲେଜ ଇଲେକ୍ସନ ବନ୍ଦ ରହିଛି।

ଏଠି ପ୍ରଶ୍ନ ଉଠୁଛି, କଲେଜରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ କାହିଁକି ସମ୍ମାନ ଦେଉ ନାହାନ୍ତି ସରକାର? ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲେ ବି କଲେଜରେ କିନ୍ତୁ କ୍ୟାମ୍ପସ କମିଟି ଜରିଆରେ ରାଜନୀତି ଗୋଟି ଚାଳନା ଚାଲିଛି। କେମିତି ଅଧିକରୁ ଅଧିକ ଛାତ୍ରଙ୍କୁ ନିଜ ସଂଗଠନରେ ସାମିଲ କରାଯିବ ସେନେଇ ଛାତ୍ର ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀରେ ବି ଆଲୋଚନା ହେଉଛି। ତା ସତ୍ତ୍ୱେ, ଲିଙ୍ଗଡୋ କମିଶନ୍ ନିୟମ ଉଲ୍ଲଂଘନ, ନିର୍ବାଚନ ସମୟରେ ବିଶୃଙ୍ଖଳା ଆଦି ଆଳରେ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯିବାକୁ ନାପସନ୍ଦ କରିଛନ୍ତି । 

ଅତୀତରେ ଛାତ୍ର ରାଜନୀତିରୁ ମୁଖ୍ୟ ଧାରାର ରାଜନୀତିରେ ଦୃଢ଼ ପରିଚୟ ତିଆରି କରିଥିବା ରାଜନେତା। ତେବେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସବୁ ନିଷ୍ପତ୍ତି ବିଭାଗ ନେଉଛି।

୨୦୧୭ ରୁ କ୍ୟାମ୍ପସରେ ଆଉ ନିର୍ବାଚନ ଦେଖିନାହାନ୍ତି ଛାତ୍ରଛାତ୍ରୀ। ଚର୍ଚ୍ଚା ହେଉଛି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଏହାକୁ ପ୍ରଭାବିତ କରିବା ଆଶଙ୍କାରେ ସରକାର କିଛି ବି ରିସ୍କ ନେବାକୁ ଚାହୁଁନାହାନ୍ତି।

ABVP Odisha BJP BJD Odisha Politics
Advertisment
Advertisment