/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694434041.jpg)
Niranjan Pattnaik
ବିଜେଡି ବିଧାୟକ ଓ ବିଜେଡି ଲଢ଼େଇ ପ୍ରସଙ୍ଗରେ ସୌମ୍ୟଙ୍କ ବଡ଼ ଭାଇ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ନିରଞ୍ଜନ କହିଛନ୍ତି, ସୌମ୍ୟ ଛୋଟ ବେଳୁ ସତ କୁହନ୍ତି। ସମ୍ପାଦକ ହିସାବରେ ଯାହା ଲେଖିଛନ୍ତି ତାକୁ ଦଳ ଗ୍ରହଣ କଲେ କରିବ ନହେଲେ ନାହିଁ। ବିଜେଡିର ମାଲିକ ନବୀନ ବାବୁ, ଗୁମାସ୍ତାକୁ ନେଇ ଚଳେଇବେ, ନା ମନ୍ତ୍ରୀଙ୍କୁ ନେଇ ଚଳେଇବେ ତାହା ତାଙ୍କ ନିଷ୍ପତି । ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି ତାକୁ ବିଜେଡିରୁ କାହିଁକି ବାହାର କରି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।
ଏଥିସହ କହିଛନ୍ତି, ସୌମ୍ୟ କଂଗ୍ରେସରେ ଥିବା ବେଳେ ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରିଥିଲେ। ତାହା ହୁଏ ତ କଂଗ୍ରେସ ନେତାଙ୍କୁ ଭଲ ଲାଗିଲା ନାହିଁ। ତେଣୁ ଦଳରୁ ବାହାର କରାଗଲା। ଏବେ ବିଜେଡି ଦଳକୁ ସୁଦୃଢ କରିବାକୁ ସେ ଚେଷ୍ଟା କରୁଥିବାରୁ ତାହା ହୁଏତ ହୁଏତ ବିଜେଡି ଭାଇମାନଙ୍କ ସହିଷ୍ଣୁ ହେଉନି। ତେବେ ରାଜନୈତକ ପ୍ରସଙ୍ଗରେ ସୌମ୍ୟ ବାବୁଙ୍କ ସହ ଆଲୋଚନା କରେ ନାହିଁ ବୋଲି କହିଛନ୍ତି ନିରଞ୍ଜନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)