/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694510522.jpg)
Pranab Prakash Das
ସୌମ୍ୟଙ୍କୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷର ନିଆଁ । ବାରମ୍ବାର ସୌମ୍ୟଙ୍କ ସମ୍ପାଦକୀୟ ବାଣରେ ଘାଇଲା ବିଜେଡି ଏବେ ଆକ୍ସନ ମୋଡରେ ରହିଛି । ଜଣଙ୍କ ପରେ ଜଣେ ନେତା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଛନ୍ତି । ଆଉ ଆଜି ବିଧାୟକ ସୌମ୍ୟଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହେବା ପରେ ଖୋଦ୍ ବିଜେଡି ସାଂଗଠନିକ ସମ୍ପାଦକ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୋସିଆଲ ମିଡିଆ Xରେ ସୌମ୍ୟଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ।
ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ· ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତିନି ।’ ବବିଙ୍କ ଏପରି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଜି ବିଜୁ ଜନତା ଦଳ ପକ୍ଷରୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବଡ଼ ଆକ୍ସନ ନିଆଯାଇଛି । ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇ ଦିଆଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି ।
ଦଳ ଓ ଶାସନ ବ୍ୟବସ୍ଥା ନେଇ ବିଧାୟକ ସୌମ୍ୟ ପ୍ରଶ୍ନ ଉଠାଇଥିଲେ । ଗତ କିଛିଦିନ ଧରି ସୌମ୍ୟ ପଟ୍ଟନାୟକ 5T ସଚିବଙ୍କୁ ନେଇ ବୟାନ ଦେବାପରେ ଦଳ ଭିତରୁ ତାଙ୍କୁ ଘନ ଘନ ଟାର୍ଗେଟ୍ କରାଯାଇଥିଲା । ଏହା ସହିତ ଦଳର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ସୌମ୍ୟ । ଏମିତିକି ମୁଖ୍ୟମନ୍ତ୍ରୀ ୧୫ ଦିନରେ ମତ ବଦଳାନ୍ତି ବୋଲି ସୌମ୍ୟ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)