/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694689677.jpg)
Narsingh Mishra
ବିଧାନସଭା ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ କଂଗ୍ରେସ । ଏମିତି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କାରଣ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ ନୂଆଖାଇ ୨ ଦିନ ଧରି ପାଳିତ ହୁଏ । ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ୨୧ରେ ବିଧାନସଭା ଡାକିଛନ୍ତି । ପ୍ରତିବାଦ ସତ୍ତ୍ୱେ କର୍ଣ୍ଣପାତ କରୁନାହାନ୍ତି, ଏହା ପଶ୍ଚିମ ଓଡ଼ିଶା ପ୍ରତି ଉପହାସ ।
Advertisment
ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ଅଭିଯୋଗ କରି ନିର୍ବାଚନରେ ଅଂଶଗ୍ରହଣ କରିବୁନୁ ବୋଲି କହିଛନ୍ତି ନରସିଂହ । ତେବେ ପ୍ରତିକ୍ରିୟାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ସେଇଟା ସଂସଦୀୟ ବ୍ୟାପାର ବିଭାଗର କଥା। ମୁଖ୍ୟମନ୍ତ୍ରୀଙ୍କୁ ସେ ଏଇ ବିଷୟରେ ନିହାତି ଅବଗତ କରିଥିବେ । ସେ ଯାହା ନିଷ୍ପତ୍ତି ନେବେ ସେଇଟା ଅଧିକାର କ୍ଷେତ୍ରର କଥା । କିନ୍ତୁ ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)