/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694445765.jpg)
Odisha Politics
ଭୋଟ୍ ଜିତିବାକୁ ଆରମ୍ଭ ହେଲା ଗ୍ରାଉଣ୍ଡୱାର୍କ । ଟ୍ରେନିଂ ମାଧ୍ୟମରେ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା । ଲୋକସଭା କ୍ଷେତ୍ରରେ ବିଜେପି ଖୋଲିବ କଲ୍ ସେଣ୍ଟର । କଂଗ୍ରେସର କାର୍ଯ୍ୟକ୍ରମ, ଘରେ ଘରେ କଂଗ୍ରେସ- ଘରେ ଘରେ ହାତ ।
୨୪ ମହାସମର ଲାଗି ହାତରେ ମାତ୍ର କିଛି ମାସର ସମୟ । ତେଣୁ ଗ୍ରାଉଣ୍ଡ ୱାର୍କ ପ୍ରସ୍ତୁତିରେ ବ୍ୟସ୍ତ ବିଜେଡି, ବିଜେପି ଓ କଂଗ୍ରେସ୍ । ଶଙ୍ଖ ଭବନରେ ଆଜିଠୁ ଆରମ୍ଭ ହୋଇଛି ବିଜେଡିର ମେଗା ଟ୍ରେନିଂ କାର୍ଯ୍ୟକ୍ରମ, ଯାହା ୩୯ ଦିନ ଧରି ଚାଲିବ । ପ୍ରତ୍ୟେକ ଦିନ ୪ଟି ନିର୍ବାଚନ ମଣ୍ଡଳୀର ୱାର୍ଡ ଓ ପଂଚାୟତ ସ୍ତରର ନେତାଙ୍କୁ ଦିଆଯିବ ଟ୍ରେନିଂ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଦୁଇ ଶହ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ କରୁଛି ଦଳ।
ଆଜି ପ୍ରଥମ ଦିନରେ ହିଞ୍ଜିଳି, ଭଂଜନଗର, କଟକ-ଚୌଦ୍ୱାର ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ତାସହିତ ସ୍ଥାନୀୟ ଅଂଚଳର ବିଧାୟକଙ୍କ ପ୍ରଦର୍ଶନ, ସରକାରୀ ଯୋଜନାର କାର୍ଯ୍ୟକାରିତା, ସାଂଗଠନିକ ସ୍ଥିତି ନେଇ ନିଆଯାଇଛି ଫିଡବ୍ୟାକ୍ । ଦଳରେ ଥିବା ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ଦୂର କରିବା, ଟିକଟ୍ କସରତ, ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
ବଢୁଥିବା ସରକାର ବିରୋଧୀ ହାୱାକୁ ଚେକ୍ ଦେବା ପାଇଁ ଏହି କର୍ଯ୍ୟକ୍ରମ ବୋଲି କୁହଯାଉଛି । ପ୍ରତ୍ୟେକ ପରିବାର, ଏପରିକି ପ୍ରତି ଭୋଟରକୁ ଟଚ୍ କରିବା ଉପରେ ଜୋର୍ ଦେଇଛି ଦଳ।
ସେପଟେ ଭୋଟ୍ ପୂର୍ବରୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେପି। ସ୍ଥାନୀୟ ସମସ୍ୟାକୁ ନେଇ ପ୍ରତ୍ୟେକ ପଂଚାୟତରେ ଦଳର ଆନ୍ଦୋଳନ ଜାରି ରହିଛି। ଭୋଟର୍ ଲିଷ୍ଟ ଅନୁସାରେ ବିଭିନ୍ନ ନେତାଙ୍କୁ ଦିଆଯାଛି ବୁଥ୍ ଦାୟିତ୍ୱ । ପ୍ରତ୍ୟେକ ଘରେ ପହଞ୍ଚିବାକୁ ରହିଛି ନିର୍ଦ୍ଦେଶ। ଅନ୍ୟପଟେ ଦୁଇଟି ଲେଖାଏଁ ଲୋକସଭା କ୍ଷେତ୍ରକୁ ନେଇ ଦଳ ଗୋଟିଏ ଗୋଟିଏ କଲ୍ ସେଣ୍ଟର ଖୋଲିବାକୁ ଯୋଜନା କରିଛି।
ସେହିପରି ୧୦ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ପ୍ରସ୍ତୁତ ହେବ ଗୋଟିଏ ୱାର୍ ରୁମ୍।ଏହା ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛି । ସେପଟେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ହାତ ଦଳ। ଏହା ସେପଟମ୍ବର ୨୫ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)