Advertisment

ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର ବଡ଼ ଆକ୍ସନ

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ବଡ଼ ଆକ୍ସନ ନେଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD removes  Soumya Ranjan Patnaik from the post of Vice President

BJD removes Soumya Ranjan Patnaik from the post of Vice President

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ବଡ଼ ଆକ୍ସନ ନେଇଛି। ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇ ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି।

Advertisment

ଦଳ ଓ ଶାସନ ବ୍ୟବସ୍ଥା ନେଇ ବିଧାୟକ ସୌମ୍ୟ ପ୍ରଶ୍ନ ଉଠାଇଥିଲେ। ଗତ କିଛିଦିନ ଧରି ସୌମ୍ୟ ପଟ୍ଟନାୟକ 5T ସଚିବଙ୍କୁ ନେଇ ବୟାନ ଦେବାପରେ ଦଳ ଭିତରୁ ତାଙ୍କୁ ଘନ ଘନ ଟାର୍ଗେଟ୍‌ କରାଯାଇଥିଲା। ପ୍ରଥମେ ଅରୁଣ ସାହୁ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଥିଲେ। ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି ଅତନୁ କହିଥିଲେ।

ଦଳରେ ରହି ବ୍ଲାକମେଲିଂ କରିବାକୁ ସୌମ୍ୟ ପ୍ରୟାସ କରୁଛନ୍ତି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ଅଭିଯୋଗ ଆଣିଥିଲେ। ସେହିପରି ଶାସକ ଦଳରେ ଥାଇ ବିଭିନ୍ନ ପ୍ରସଙ୍ଗରେ ବାଣ ମାରିବା ସହ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଆସୁଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଧାୟକ ଅରୁଣ ସାହୁଙ୍କ ସିଧାସଳଖ ନିଶାନା କରିଥିଲେ। ସେ କହିଥିଲେ, ସୌମ୍ୟ ରଞ୍ଜନ ଆଜିକାଲି ବଡ଼ ବିଚଳିତ ଅବସ୍ଥାରେ ଅଛନ୍ତି ଏବଂ ଉଦ୍ଭଟ କଥା ସବୁ କହୁଛନ୍ତି। ଏବେ ତାଙ୍କର ଚୈତନ୍ୟ ଉଦୟ ହେଲା ଭଳି ମାଟି, ପାର୍ଟି କଥା କହୁଛନ୍ତି।

Advertisment

ତେବେ ଅରୁଣ ସାହୁଙ୍କ ଏଭଳି ମନ୍ତବ୍ୟ ଉପରେ ସୌମ୍ୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ମୁଁ ଲେଖିଥିବା ‘ଆତ୍ମ ବିଭୋର ପ୍ରଶାସକ, ଅସହାୟ ରାଜନେତା’ ଶୀର୍ଷକ ସମ୍ପାଦକୀୟକୁ ଅରୁଣ ସାହୁ ପ୍ରତିପାଦିତ କରିଛନ୍ତି। ସେ ନିଜେ କେତେ ଅସହାୟ ତାଙ୍କ କଥାରୁ ଜଣାପଡୁଛି।’

BJD Soumya Ranjan Patnaik
Advertisment
Advertisment