ମଦ ବ୍ୟବସାୟୀଙ୍କ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ଆଇନ ତା ବାଟରେ ଯିବା କହୁଥିବା ମୁଖ୍ୟମନ୍ତ୍ରୀ ୭ ଦିନ ପରେ ବି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି ।
ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ ... ସେପଟେ ଅପରାହ୍ନ ୪ଟାରେ ଛତିଶଗଡରେ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ସମାରୋହ .. ସାମିଲ ହେବେ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ତୁଙ୍ଗ ନେତା
କେବଳ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି ବିଜେପି ଖେଳିଛି ସରପ୍ରାଇଜ କାର୍ଡ ।
ଯେତେବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁ ଘୋଷଣା କରାଗଲା, ସେତେବେଳେ ତାଙ୍କ ଡାକ୍ତରୀ ଝିଅ ଆକାଂକ୍ଷା ଡାକ୍ତରଖାନାରେ ଥିଲେ । ଆଉ ଅପରେସନ୍ ଥିଏଟରରେ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଥିଲେ ।
ମହିଳାମାନେ ଶିବରାଜଙ୍କୁ ଧରି କାନ୍ଦୁଥିବାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେହି ମହିଳାଙ୍କ ମଧ୍ୟରେ ଗୋଟିଏ କଥା ଥିଲା, ଆମେ ଆପଣଙ୍କ ମୁହଁକୁ ଚାହିଁ ଦେଇଥିଲୁ ଭୋଟ ।
ରାଜ୍ୟରେ ରାଜନୀତି ସରଗରମ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଆହୁରି ଦଳକୁ ଆକ୍ଟିଭ୍ କରାଇବ ବୋଲି ସାଧାରଣରେ କୁହାଯାଉଛି ।
‘ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାକୁ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ ଯାଏ ଲୋକେ ଅନୁଭବ କଲେଣି । ତେଣୁ ୨୪ ନିର୍ବାଚନରେ କ୍ଷମତାକୁ ଆସିବ ବିଜେପି ’ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ।
ରାଜ୍ୟରେ ବିଜେପି କଂଗ୍ରେସକୁ ସୁରକ୍ଷା ଦେଉଛି । ଏଥିସହ ମିଛ ଓ ମନଗଢ଼ା କଥା କହି ଓଡ଼ିଶାକୁ ବଦନାମ କରାଯାଉଛି ବୋଲି କହିଛି ବିଜେଡି।
ମଧ୍ୟପ୍ରଦେଶରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ବାଚସ୍ପତି କରିଥିବା ବେଳେ ନୂଆ ଚେହେରା ଭାବେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।
ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି ।
ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।
ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ? ଯୋଜନା ଆଳରେ ମଇଦାନକୁ ପରୋକ୍ଷରେ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି? ସଂଯୋଜକ ପଦବି ପାଇଲେ ୨୪ ନିର୍ବାଚନ ପାଇଁ ଲବିରେ ଥିବା ନେତା। ଯୋଜନା ଆଳରେ କର୍ମୀ ଓ ଲୋକଙ୍କ ସହ ଆଗୁଆ ସଂପର୍କ ମଜଭୁତ କରିବାକୁ ଷ୍ଟ୍ରାଟେଜି।
ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।
MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।
କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ ।
୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ ।
ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ। ୮ ଦିନ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କଲା ବିଜେପି।
ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍ କରି ସେମାନଙ୍କର ଦାମ୍ପତ୍ୟ ଜୀବନର ଝଲକ ଜାରି ରଖିଛନ୍ତି। ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୟରୁ ରାଜନୀତିରେ ଯୋଗଦେବାକୁ ନେଇ ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି।
ମାୟାବତୀଙ୍କ ପୁତୁରା ଆକାଶ ଲଣ୍ଡନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ ମସିହାରେ ମାୟାବତୀଙ୍କ ଦ୍ୱାରା ଏକ ରାଲିରେ ଆକାଶଙ୍କ ପଲଟିକାଲ ଲଞ୍ଚ ହୋଇଥିଲା।
ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ।
୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ।
ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି ।
କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ ।