/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704624493.jpg)
Ashwini Vaishnaw
କଟକରୁ ଲୋକସଭା ନିର୍ବାଚନ ଲଢିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୁଁ ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଯେଉଁଠି ଯାହା ଦଳ କାମ ଦିଏ, ତାହା ମୁଁ ସେଠି କରେ । ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ଅବସରରେ ଏହା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଥିଲେ ଅଶ୍ୱିନୀ । ମନ୍ଦିରରେ ପହଞ୍ଚିବା ପରେ ପୂଜକ ସମିତି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।
ଏହା ପରେ ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ। ସକାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ।
ଏପଟେ ଗତକାଲି ସନ୍ଧ୍ୟାରେ ବାଙ୍କୀଠାରେ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ୱାଗତ କରିଥିଲେ ଶତାଧିକ ବିଜେପି କର୍ମୀ । ବାଙ୍କୀ ବିଜେପି କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବହୁ ଦଳୀୟ କର୍ମୀ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ।
ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଙ୍କୀ ବିଜେପି କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବହୁ ଦଳୀୟ କର୍ମୀ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)