• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ଓ ବିଜେପି ଉପରେ ବର୍ଷିଲେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ ଓଡ଼ିଶା ଚଳାଉଛନ୍ତି IAS ଓ IPS ଅଧିକାରୀ । ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି । ଏକ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଅଜୟ କୁମାର । ନେତାଙ୍କ ଅଧୀନରେ ଆଇଏଏସ୍ , ଆଇପିଏସ୍ କାମ କରିବା ଉଚିତ୍ । ହେଲେ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି ।

ଏଠି ମନ୍ତ୍ରୀ ଓ ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି । ଏଠି ବିଜେପି-ବିଜେଡି ଦୁଇ ଭାଇ । ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା ହୋଇଛି । ବାକି ୬ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ କଥାବାର୍ତ୍ତା ଚାଲିଛି । ଏହା ଏକମାତ୍ର ରାଜ୍ୟ ଯେଉଁଠି ବାହାର ଲୋକଙ୍କ ଦବଦବା ଭାରି । ଠିକାଦାରୀ ବାହାର ଲୋକଙ୍କୁ ଦିଆଯାଉଛି, ଏଠି କ’ଣ ଠିକାଦାର ନାହାନ୍ତି । ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟୀ କରିଛନ୍ତି ଅଜୟ କୁମାର ।

ଏଥିସହ ସେ କହିଛନ୍ତି ରାହୁଲ ଗାନ୍ଧି ଆସୁଛନ୍ତି, ପୂରା ରାଜ୍ୟ ବୁଲି ଲୋକଙ୍କ ପାଖକୁ ଯିବୁ । ଆସନ୍ତା ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ନବ ନିଯୁକ୍ତ ପ୍ରଭାରୀ ଅଜୟ କୁମାର ଏହାର ନେତୃତ୍ୱ ନେଉଛନ୍ତି । ଏପଟେ ଅଜୟ କୁମାରଙ୍କ ଅଭିଯୋଗ ନେଇ ବିଜେପି ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।